ସନ୍ତୋଷ ଟ୍ରଫି ପାଇଁ ଅର୍ଜୁନ ଅଧିନାୟକ

କଟକ: କୋଲକାତାରେ ହେବାକୁ ଥିବା ସନ୍ତୋଷ ଟ୍ରଫି ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ଓଡ଼ିଶା ଫୁଟ୍‌ବଲ୍‌ ଦଳର ଘୋଷିତ ହୋଇଛି। ମାର୍ଚ ୧୯ରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଏହି ପର୍ଯ୍ୟାୟ ଅନୁଷ୍ଠିତ ହେବ। ଅଗ୍ରଭାଗ ଖେଳାଳି ଅର୍ଜୁନ ନାୟକଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଦଳ ସହିତ ମହମ୍ମଦ ସଲିମ୍‌ ମୁଖ୍ୟ ପ୍ରଶିକ୍ଷକ, ବିଶ୍ୱଜିତ ମହନ୍ତ ଗୋଲରକ୍ଷକ ପ୍ରଶିକ୍ଷକ ଓ ନରେନ୍ଦ୍ର ସାହୁ ପ୍ରବନ୍ଧକ ଭାବେ ରହିବେ। ବିହାରର ବାଗୁରାଇରେ ଅନୁଷ୍ଠିତ ପ୍ରାରମ୍ଭିକ ରାଉଣ୍ଡ୍‌ରେ ଖେଳି ଓଡ଼ିଶା ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ଫେବ୍ରୁଆରି ୫ ତାରିଖରୁ କଟକରେ ପ୍ରଶିକ୍ଷଣ ଚାଲିଥିବାବେଳେ ଏବେ ମୁଖ୍ୟ ପର୍ଯ୍ୟାୟରେ କିଛି କରିସ୍ମା କରିବା ଆଶାରେ ରହିଛି। ଓଡ଼ିଶା ଦଳ: ଇଜାଜୁଦ୍ଦିନ୍‌ ଖାନ୍‌, ସୌମ୍ୟ ରଂଜନ ଦାସ, ସେକ୍‌ ଆଲାମ, କାର୍ତ୍ତିକ ଭୋଳ, ଡି.ଶ୍ରୀନାଥ, ରବି ହେମ୍ବ୍ରମ୍‌, ସୁନୀଲ ମୁଣ୍ଡା, ନବୀନ ସୁନା, ରୁଦ୍ର ପ୍ରଧାନ, ସୁନୀଲ ସର୍ଦ୍ଦାର, ବିକାଶ ପଢିଆରୀ, ଆରପନ୍‌ ଲାକ୍ରା, ଭାବଗ୍ରାହୀ ପଢିଆରୀ, ଅରବିନ୍ଦ ଲାକ୍ରା, ଅମର ଲାକ୍ରା, ରାଜେଶ ନାୟକ, ସୁବାସ ପ୍ରଧାନ, ଅର୍ଜୁନ ନାୟକ, ବିଜୟ ବେହେରା, ସୌରଭ ରଂଜନ ହନୁମାନ।

ସମ୍ବନ୍ଧିତ ଖବର