ସ୍ପାନିସ୍‌ ଗ୍ରାଁ ପ୍ରି ଜିତିଲେ ହାମିଲଟନ୍‌

ବାର୍ସିଲୋନା: ମର୍ସିଡିଜ୍‌ ଚାଳକ ଲୁଇସ୍‌ ହାମିଲଟନ୍‌ ରବିବାର ସ୍ପାନିସ୍‌ ଗ୍ରାଁ ପ୍ରିରେ ନିଜ ଦଳୀୟ ସାଥୀ ଭାଲଟେରି ବୋଟ୍ଟାସଙ୍କୁ ପଛରେ ପକାଇ ମୁକୁଟ କରାୟତ କରିଛନ୍ତି। ଫଳରେ ଚଳିତ ବର୍ଷ ଫମୁର୍ଲା ୱାନ୍‌ ଋତୁ‌ରେ ପଞ୍ଚମ ଥର ଲାଗି ମର୍ସିଡିଜ୍‌ ୧-୨ ସ୍ଥାନ ଅଧିକାର କରିଛି। ୫ ଥର ବିଶ୍ବବିଜେତା ହାମିଲଟନ୍‌ ଚଳିତ ବର୍ଷ ତୃତୀୟ ମୁକୁଟ ଜିତିବା ସହ ଚାଳକ ତାଲିକାରେ ବୋଟ୍ଟାସଙ୍କୁ ହଟାଇ ଶୀର୍ଷକୁ ଉଠିଛନ୍ତି। ‌ବ୍ରିଟିସ୍‌ ଚାଳକ ହାମିଲଟନ୍‌ଙ୍କ ଏହା ଖେଳ ଜୀବନର ୭୬ତମ ଟ୍ରଫି ହୋଇଥିଲା ବେଳେ ସ୍ପେନ୍‌ରେ ହ୍ୟାଟ୍ରିକ୍ ସହ ୪ ଥର (୨୦୧୪, ୨୦୧୭, ୨୦୧୮, ୨୦୧୯) ବିଜେତା ହୋଇଛନ୍ତି। ‌ହାମିଲଟନ୍‌ ଓ ବୋଟ୍ଟାସଙ୍କ ପଛକୁ ରେଡ୍‌ବୁଲ୍‌ର ମାକ୍ସ ଭର୍ସ୍ତାପନ୍‌ ତୃତୀୟ ଏବଂ ଫେରାରିର ସେବସ୍ତିଆନ୍‌ ଭେଟଲ ଚତୁର୍ଥ ଓ ତାଙ୍କ ଦଳୀୟ ସାଥୀ ଚାର୍ଲସ ଲେକଲେର୍କ ପଞ୍ଚମରେ ରହିଛନ୍ତି।

ସମ୍ବନ୍ଧିତ ଖବର