ନୂଆଦିଲ୍ଲୀ: କ୍ରକେଟ୍ ଦୁନିଆର ଭଗବାନ ଭାବେ ଜଣାଶୁଣା ସଚିନ ତେନ୍ଦୁଲକର୍ଙ୍କ ଝିଅ ସାରା ତେନ୍ଦୁଲକର୍ ସବୁବେଳେ କିିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସାରା ଜଣେ ସୋସିଆଲ୍ ମିଡିଆ ସେନ୍ସେସନ୍ ଓ ତାଙ୍କର ଇନ୍ଷ୍ଟାଗ୍ରାମ୍ରେ ୮ ଲକ୍ଷ ଫଲୋୟର୍ସ ଅଛନ୍ତି। ସାରା ଗତକାଲି (ଅଗଷ୍ଟ ୯) ତାରିଖରେ ତାଙ୍କ ଭାଇ ଅର୍ଜୁନ ତେନ୍ଦୁଲକରଙ୍କ ସହ ରାଖି ପୂର୍ଣ୍ଣିମା ପାଳନ କରିଛନ୍ତି। ସେ ସମୟର ଏକ ମଜାଦାର୍ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହୋଇଛି।
ଆମେ ଜାଣନ୍ତି ଯେ ରାଖିରେ ଭଉଣୀମାନେ ସେମାନଙ୍କ ଭାଇଙ୍କ ହାତରେ ରାଖି ବାନ୍ଧନ୍ତି ଓ ଭାଇମାନେ ଖୁସିରେ ଭଉଣୀଙ୍କୁ କିଛି ନା କିଛି ଉପହାର ଦିଅନ୍ତି। ତେବେ ଏ ରାଖିରେ କିନ୍ତୁ ସାରା ଅଜୁର୍ନଙ୍କୁ କୌଣସି ଉପହାର ମାଗିନାହାନ୍ତି ବରଂ ସେ ତାଙ୍କ ମୁହଁରେ ଅର୍ଜୁନଙ୍କ ମେକ୍-ଅପ୍ ଲଗାଇ ଦେବାକୁ ଦାବି କରିଛନ୍ତି।
ଭିଡିଓରେ ଅର୍ଜୁନ ସାରାଙ୍କ ମୁହଁରେ ମେକ୍-ଅପ୍ ଲଗାଉଥିବାର ଦେଖିବାକୁ ମିଳିଛି। ସାରା ଅଜୁର୍ନଙ୍କୁ କହୁଥିବାର ଶୁଣିବାକୁ ମିଳୁଛି, ‘‘ଚାଲ୍ ଆଜି ତୁ ମୋତେ ସଜେଇ ଦେ’’। ଅର୍ଜୁନ ବି ସାରାଙ୍କ କଥାରେ ରାଜି ହୋଇ ଭଉଣୀକୁ ମେକ୍-ଅପ୍ ଦେବାରେ ଲାଗିଲେ।
ସାରା ଇନ୍ଷ୍ଟାଗ୍ରାମ୍ରେ ସେହି କୌତୂକିଆ ଭିଡିଓକୁ ସେୟର କରିଛନ୍ତି। ଯେଉଁଥିରେ ସେ ନିଜ ଭାଇଙ୍କ ଗାଲକୁ ଚିପୁଥିବାର ନଜର ଆସିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/10/new-project-1-1-2025-08-10-14-24-05.jpg)