ଲେଭଲ-୨ ଦୌଡ଼କୁଦ ପ୍ରଶିକ୍ଷକ ହେଲେ ସରସ୍ବତୀ

ଭୁବନେଶ୍ବର : ମହିଳା ଧାବିକା ତଥା ଦୌଡ଼କୁଦ ପ୍ରଶିକ୍ଷକ ସରସ୍ବତୀ ଚାନ୍ଦ୍‌ ଲେଭଲ୍‌-୨ ପ୍ରଶିକ୍ଷକର ମାନ୍ୟତା ପାଇଛନ୍ତି। ପଞ୍ଜାବର ପତିଆଲାରେ ଗତ ୧୦ ତାରିଖରୁ ଚାଲିଥିବା ବିଶ୍ବ ଦୌଡ଼କୁଦ ପ୍ରଶିକ୍ଷଣ ପାଠ୍ୟକ୍ରମ କାର୍ଯ୍ୟକ୍ରମରେ ସରସ୍ବତୀ ଓଡ଼ିଶାରୁ ଏକମାତ୍ର ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ। ସ୍ପ୍ରିଣ୍ଟ ଓ ବାଧାଦୌଡ଼ର ପ୍ରଶିକ୍ଷକ ଭାବେ ସେ ପରୀକ୍ଷାରେ ପୂରା ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସରସ୍ବତୀ ବର୍ତ୍ତମାନ ଓଡ଼ିଶା ପୁଲିସ୍‌ରେ ଏସ୍‌ଓଜି ଇନ୍ସପେକ୍ଟର ଭାବେ ଭୁବନେଶ୍ବର ଲକ୍ଷ୍ମୀସାଗରସ୍ଥିତ ପୁଲିସ୍‌ ପ୍ରଶିକ୍ଷଣ ପ୍ରତିଷ୍ଠାନ (ପିଟିଆଇ)ରେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧିତ ଖବର