ସରସ୍ୱତୀ ଶିଶୁ ମନ୍ଦିରରେ ଅନ୍ତଃରାଜ୍ୟ କ୍ରୀଡ଼ା

ଓଡ଼ିଶା ପ୍ରାନ୍ତ ବିଜେତା, ଆଣ୍ଡାମାନ୍‌ ଦ୍ୱିତୀୟ

ବ୍ୟାସନଗର: ଶିକ୍ଷା ବିକାଶ ସମିତି ଓଡ଼ିଶା ପକ୍ଷରୁ ବ୍ୟାସନଗରସ୍ଥିତ ମଧୁସୂଦନନଗର ସରସ୍ୱତୀ ଶିଶୁ ମନ୍ଦିରରେ ଚାଲିଥିବା ଅନ୍ତଃରାଜ୍ୟ ଖେଳକୁଦ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଦୁଇଦିନ ବ୍ୟାପୀ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶା, ପଶ୍ଚିମବଙ୍ଗ, ସିକ୍କିମ୍‌ ଓ ଆଣ୍ଡାମାନ୍‌ ନିକୋବର୍‌ରୁ ଖେଳାଳିମାନେ ଭାଗ ନେଇଥିଲେ। ଏଥିରେ ଓଡ଼ିଶା ପ୍ରାନ୍ତ ବିଜେତା ଓ ଆଣ୍ଡାମାନ୍‌ ନିକୋବର୍‌ ଉପବିଜେତା ହୋଇଛି। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କ୍ରୀଡ଼ାବିତ୍‌ମାନେ ଉତ୍ତରପ୍ରଦେଶର ମିରଟ୍‌ରେ ହେବାକୁ ଥିବା ଖେଳକୁଦ୍‌ ପ୍ରତିଯୋଗିତାରେ ଭାଗ ନେବେ। କୁନି ବେଜ୍ଞାନିକ ଡକ୍ଟର୍‌ କିଶୋର ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମୁଖ୍ୟଅତିଥି, ଶିକ୍ଷା ବିକାଶ ସମିତିର ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ପାଣିଗ୍ରାହୀ ମୁଖ୍ୟବକ୍ତା ଏବଂ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ, ବିଦ୍ୟାଭାରତୀ ସହ ସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ, ଉତ୍ତରପୂର୍ବ ସମ୍ଭାଗ ସଭାପତି ପ୍ରଫୁଲ୍ଲ କୁମାର ବୋଇତାଇ, ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ଡକ୍ଟର ଅକ୍ଷୟ କୁମାର ପଣ୍ଡା, ସମ୍ପାଦକ କମଳାକାନ୍ତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର