ଶରତ ଦେବ ସ୍ମାରକୀ ଫୁଟବଲ୍‌:ଫାଓ, ମା’ ମଙ୍ଗଳା ବିଜୟୀ

ଖେଳକୁଦ ସଂଘ ଆନୁକୂଲ୍ୟରେ ଆଳି ଉଚ୍ଚବିଦ୍ୟାଳୟ ମିନି ଷ୍ଟାଡ଼ିୟମ୍‌ରେ ଦ୍ୱାଦଶ ଶରତ ଦେବ ସ୍ମାରକୀ ଫୁଟବଲ୍‌ ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ଦିନ କଟକର ଫାଓ ଓ ଯାଜପୁରର ମା’ ମଙ୍ଗଳା କ୍ଲବ୍‌ ବିଜୟୀ ହୋଇଛନ୍ତି।
ପ୍ରଥମ ମ୍ୟାଚ୍‌ରେ ଫାଓ ୪-୩ ଟାଇବ୍ରେକର୍‌ ଗୋଲ୍‌ରେ ଚାନ୍ଦବାଲି ଏକାଦଶକୁ ପରାସ୍ତ କରିଥିଲା। ନିର୍ଧାରିତ ସମୟ ଗୋଲ୍‌ ଶୂନ୍ୟ ରହିବା ପରେ ଟାଇବ୍ରେକର୍‌ରରେ ମ୍ୟାଚ୍‌ ଫଇସଲା ହୋଇଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ମା’ ମଙ୍ଗଳା କ୍ଲବ୍‌ ୧-୦ ଗୋଲ୍‌ରେ ପଦନପୁର ଏକାଦଶକୁ ପରାସ୍ତ କରିଥିଲା। ସଂଘର ଉପସଭାପତି ଚିରଂଜୀବୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ରାପଡ଼ା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଓ ଦେମାଳ ସରପଞ୍ଚ ମନୋରଂଜନ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଂପାଦକ ବିଜୟ କୁମାର ସେନାପତି ବିବରଣୀ ପାଠ କରିବା ସହ ପ୍ରତିଯୋଗିତା ସଂପର୍କରେ ସୂଚନା ଦେଇଥିଲେ। ଅରୁଣ ଖଣ୍ଡୁଆଳ, ରବୀନ୍ଦ୍ର ମହାନ୍ତି ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର