କରାଚି: ପାକିସ୍ତାନ ହକି ମହାସଂଘ ଶୁକ୍ରବାର ପୂର୍ବତନ ଅଧିନାୟକ ହାସନ ସର୍ଦାରଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛିି। ସର୍ଦାରଙ୍କ ପ୍ରଶିକ୍ଷଣରେ ପାକିସ୍ତାନ ଦଳ ଚଳିତ ବର୍ଷ ତିନିଟି (ରାଜ୍ୟଗୋଷ୍ଠୀ, ଏସୀୟ କ୍ରୀଡ଼ା ଏବଂ ବିଶ୍ୱକପ୍) ବଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ। ବିଶ୍ୱକପ୍ ସାଙ୍ଗକୁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତା ଦଳର ସଦସ୍ୟ ରହିସାରିଥିବା ସର୍ଦାର ଚଳିତ ମାସରେ ବିଶ୍ୱ ଏକାଦଶ ବିପକ୍ଷରେ ଦଳର ପ୍ରଶିକ୍ଷକ ଦାୟିତ୍ୱ ନେବେ। ତାଙ୍କୁ ସହଯୋଗ କରିବା ଲାଗି ଦୁଇ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ରେହାନ ବଟ୍ଟ ଏବଂ ମହମ୍ମଦ ସାକ୍ଲିନ୍ ମଧ୍ୟ ରହିଛନ୍ତି। ସର୍ଦାର ପ୍ରଶିକ୍ଷକ ନିଯୁକ୍ତ ହେବା ପରେ ତାଙ୍କ ସ୍ଥାନରେ ଇସ୍ଲାଉଦ୍ଦିନ୍ ସିଦ୍ଦିକି ମୁଖ୍ୟ ଚୟନକର୍ତା ପଦକ ଅଳଂକୃତ କରିଛନ୍ତି।
ସର୍ଦାର ପାକିସ୍ତାନ ହକି ପ୍ରଶିକ୍ଷକ
/sambad/media/post_attachments/wp-content/uploads/2018/01/Hassan-Sardar-Head-Coach.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)