ମୁମ୍ବାଇ: ଫେବୃଆରୀ ୧୪ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ରଣଜୀରେ ଚମକ ସୃଷ୍ଟି କରିଥିବା ସରଫରାଜ ଖାଁଙ୍କ ଭାଗ୍ୟ ରହିପାରେ । ସର୍ଫରାଜ ଟିମ୍ ଇଣ୍ଡିଆ ପାଇଁ ଟେଷ୍ଟରେ ପଦାର୍ପଣ କରିବାର ନିକଟତର ଅଛନ୍ତି। ଶ୍ରେୟସ ଆୟର ଆହତ ହେବା ପରେ ସରଫରାଜ ଖାଁଙ୍କ ପାଇଁ  ଚୂଡ଼ାନ୍ତ ଏକାଦଶରେ ସାମିଲ ହେବାର ବାଟ ଖୋଲିବା ଭଳି ମନେ ହେଉଛି । ତୃତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ମାତ୍ର ଜଣେ ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇପାରିବ। ଏଭଳି ସ୍ଥିତିରେ ରଜତ ପଟିଦାରଙ୍କ ସହ ସର୍ଫରାଜ ଙ୍କୁ ମଧ୍ୟ ଟିମ୍ ଇଣ୍ଡିଆ ପକ୍ଷରୁ ଖେଳିବାର ସୁଯୋଗ ମିଳିବ।

Advertisment

ରଣଜୀ ଟ୍ରଫିରେ କ୍ରମାଗତଭାବେ ଭଲ ପ୍ରଦର୍ଶନ ସତ୍ତ୍ବେ ଟିମ ଇଣ୍ଡିଆରେ ସରଫରାଜଙ୍କୁ ଚୟନ କରାଯାଉନଥିବାରୁ ସୁନୀଲ ଗାଭାସ୍କରଙ୍କ ସମେତ କେତେକ ପୂର୍ବତନ କ୍ରିକେଟର ପୂର୍ବରୁ ବିସିସିଆଇକୁ ସମାଲୋଚନା କରିଥିଲେ ।

ଶ୍ରେୟସ ଆୟର ଆହତ କାରଣରୁ ଇଂଲଣ୍ଡ ବିପକ୍ଷ ଶେଷ ତିନୋଟି ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତେବେ ତୃତୀୟ ଟେଷ୍ଟରେ କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ ବୋଲି କୁହାଯାଉଛି। କିନ୍ତୁ ବିରାଟ କୋହଲି ତୃତୀୟ ଓ ଚତୁର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆର ଅଂଶ ହେବେ ନାହିଁ ବୋଲି ମଧ୍ୟ ନିଶ୍ଚିତ ହୋଇଛି। ଏହି କାରଣରୁ ଟିମ୍ ଇଣ୍ଡିଆର ମଧ୍ୟକ୍ରମ ବହୁତ ଦୁର୍ବଳ ଦେଖାଯାଉଛି। ଏହାର ଭରଣା ପାଇଁ ଟିମ୍ ମ୍ୟାନେଜମେଣ୍ଟ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କ ସହ ପଡ଼ିଆକୁ ଓହ୍ଲାଇପାରିବ। ଜାଡେଜାଙ୍କ ପ୍ରତ୍ୟାବର୍ତ୍ତନ ପରେ ଟିମ୍ ଇଣ୍ଡିଆର ବୋଲିଂ ଆକ୍ରମଣ ବେଶ୍ ଶକ୍ତିଶାଳୀ ହେବ।