ମଂଚେଷ୍ଟର: ପାକିସ୍ତାନର ଅଧିନାୟକ ସରଫରାଜ ଅହମଦ ସ୍ୱୀକାର କରିଛନ୍ତି ଯେ, ଭାରତୀୟ ଟିମ୍ ଏବେ ତାଙ୍କର ଟିମ୍ ଅପେକ୍ଷା ମଜବୁତ ଅଛି। ସେ କହିଛନ୍ତି, ୯୦ ଦଶକରେ ତାଙ୍କର ଟିମ୍ ଭାରତ ତୁଳନାରେ ବହୁତ ଭଲ ଥିଲା ମାତ୍ର ଏବେ ଅବସ୍ଥା ବିପରୀତ। ଭାରତ ଠାରୁ ବିଶ୍ୱକପ ମ୍ୟାଚ୍ରେ ହାରିବା ପରେ ପାକିସ୍ତାନୀ ଅଧିନାୟକ ନିଜ ଦେଶର ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି।
ଭାରତ-ପାକିସ୍ତାନ ପ୍ରତିଦ୍ୱନ୍ଦୀତାର ରୋମଂଚକ ଶେଷ ହୋଇଯାଇଛି ବୋଲି ପ୍ରଶ୍ନ କରାଯିବାରୁ ସରଫରାଜ କହିଛନ୍ତି, ଆମେ ଚାପକୁ ସମ୍ମୁଖୀନ ହୋଇପାରୁ ନାହୁଁ। ପାକିସ୍ତାନ ଟିମ ୯୦ ଦଶକରେ ଭଲ ଥିଲା କିନ୍ତୁ ଏବେ ଭାରତୀୟ ଟିମ ଆମ ତୁଳନାରେ ଭଲ ଅଛି ଏବଂ ଏହି କାରଣରୁ ଭାରତୀୟ ଟିମ୍ ମ୍ୟାଚ୍ ଜିତୁଛି।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ ପିଚ ଉଦା ଯୋଗୁଁ ଟସ୍ ଜିତିଲେ ବ୍ୟାଟିଂ କରିବାକୁ ପରାମର୍ଶ ଦେଇଥିଲେ କିନ୍ତୁ ସରଫରାଜ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତିକୁ ସଠିକ ଥିଲା ବୋଲି କହି ୩ ବିଭାଗରେ ବିଫଳତା ଯୋଗୁଁ ଟିମ୍ ହାରିଛି। ସରଫରାଜ କହିଛନ୍ତି, ପୂରା ଟିମ ୩ଟି ବିଭାଗରେ ଭଲ ଖେଳି ପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/sarfaraz.jpg)