ମାଞ୍ଚେଷ୍ଟର: ଚିର ପ୍ରତିଦ୍ବନ୍ଦ୍ବୀ ଭାରତଠାରୁ ଲଜ୍ଜାଜନକ ପରାଜୟ ବରଣ କରିବା ପରେ ପାକିସ୍ତାନରେ ଝଡ଼ ସୃଷ୍ଟି ହୋଇଛି। ରବିବାରର ଖେଳ ବେଳେ ଅଧିନାୟକ ସର୍ଫରାଜ ଅହମ୍ମଦ ବାରମ୍ବାର ହାଇ ମାରିବା, ମ୍ୟାଚ୍ ପୂର୍ବରୁ ବର୍ଗର ପିଜ୍ଜା ଭଳି ଜଙ୍କ୍ ଫୁଡ୍ ଖାଇବା ଏବଂ ବିଶ୍ବବିଜୟୀ ଅଧିନାୟକ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରାମର୍ଶକୁ ଅଣଦେଖା କରିବା ଏବେ ସେଠାକାର ମୁଖ୍ୟ ଚର୍ଚାର ବିଷୟ ହୋଇଛି। ତେବେ ସର୍ଫରାଜଙ୍କ ହାଇ ଜାତୀୟ ବିତର୍କରେ ପରିଣତ ହୋଇଛି। ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାର ତାଙ୍କ ଫିଟନେସଙ୍କୁ ନେଇ ପୂର୍ବରୁ ବହୁବାର ପ୍ରଶ୍ନ ଉଠାଇଥିଲେ। ଏବେ ତାଙ୍କ ସହ ପାକିସ୍ତାନୀ ପ୍ରଶଂସକ ଯୋଡ଼ି ହୋଇଛନ୍ତି। ମାଞ୍ଚେଷ୍ଟର ମହାମୁକାବିଲା ବେଳେ ହାଇ ମାରି ସର୍ଫରାଜ ସାଥୀ ଖେଳାଳିଙ୍କୁ ନିରୁତ୍ସାହିତ କରିଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପାକ୍ ପ୍ରଶଂସକମାନେ ନିଜ ନିଜ ମନର ଭାବନା ପ୍ରକାଶ କରି କ୍ଷୋଭ ପ୍ରକାଶ କରିଛନ୍ତି। କେତେକ ସର୍ଫରାଜଙ୍କୁ ଅଧିନାୟକ ପଦରୁ ତଡ଼ିବାକୁ ଆହ୍ବାନ କରିଥିଲା ବେଳେ ଆଉ କେତେକ ହସ ପରିହାସରେ ପରାଜୟ ଗ୍ଲାନିକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସର୍ଫରାଜଙ୍କ ହାଇକୁ ନେଇ ପ୍ରକାଶ ପାଇଥିବା କେତେକ ଟ୍ବିଟ୍ ଥିଲା ଏମିତି।
Sambad is now on WhatsApp
Join and get latest news updates delivered to you via WhatsApp
ସର୍ଫରାଜଙ୍କ ପାଇଁ ବିକଳ୍ପ ପେସା ଖୋଜାଯାଉ
ଟାଇଗର ହେ ତୁ ଟାଇଗର, ଗର୍ଜନ କର
ସର୍ଫରାଜ ଏ ଲୁହ ପାକିସ୍ତାନୀ ଜନତାଙ୍କର, ଏହାକୁ ବର୍ଷା ବୋଲି ଭାବନାହିଁ
ଗିନିଜ୍ ବୁକ୍ସରେ କ୍ରିକେଟ୍ ବ୍ୟାଟ୍
ଗିନିଜ୍ ବୁକ୍ସ ଅଫ୍ ୱାର୍ଲ୍ଡ ରେକଡ୍ସ୍ରେ ସ୍ଥାନ ପାଇଥିବା ସର୍ବବୃହତ ବ୍ୟାଟ୍ର ଲମ୍ବ ୫୦ ଫୁଟ ଏବଂ ଓଜନ ୬୬୦୦ କିଲୋଗ୍ରାମ। ଏଥିରେ ୬୩୦୦ କିଲୋଗ୍ରାମର ୱିଲୋ କାଠ ଲାଗିଛି। ଏହା ଫନିକ୍ସ ମାର୍କେଟ୍ ସିଟି ଓ ପାଲାଡିଅମର ମିଳିତ ଉେଦ୍ୟାଗରେ ପ୍ରସ୍ତୁତ ହୋଇଥିଲା। ଗତ ଶୁକ୍ରବାର ଗିନିଜ୍ ବିଶ୍ବ କୀର୍ତିମାନର ଅଧିକାରୀ ସ୍ବପ୍ନିଲ ଡାଙ୍ଗାରିକରଙ୍କ ଉପସ୍ଥିତିରେ କିମ୍ବଦନ୍ତୀ କ୍ରିକେଟର୍ କପିଳ ଦେବ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି। ଏହି ବ୍ୟାଟ୍ ଜରିଆରେ କ୍ରିକେଟ୍ପ୍ରେମୀମାନେ ନିଜ ପସନ୍ଦର ଖେଳାଳି ଓ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇ ପାରିବେ।