ବର୍ଣ୍ଣବୈଷମ୍ୟବାଦୀ ମନ୍ତବ୍ୟ ଦେଇ ୪ଟି ମ୍ୟାଚରୁ ବାସନ୍ଦ ହେଲେ ପାକିସ୍ତାନ ଅଧିନାୟକ ସରଫରାଜ ଅହମ୍ମଦ

ଡରବାନ : ବର୍ଣ୍ଣବୈଷମ୍ୟବାଦୀ ମନ୍ତବ୍ୟ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସରଫରାଜ ଅହମ୍ମଦଙ୍କ ପାଇଁ ମହଙ୍ଗା ପଡିଛି । ଏଠାରେ ଚାଲିଥିବା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ୨ୟ ଏକଦିବସୀୟ ମ୍ୟାଚରେ ସେ ଦକ୍ଷିଣଆଫ୍ରିକାର କୃଷ୍ଣକାୟ ଖେଳାଳୀ ଆଡିଲ ଫେଲୁକାେଓ୍ଵାଙ୍କ ବିରୋଧରେ ଦେଇଥିବା ବର୍ଣ୍ଣବୈଷମ୍ୟବାଦୀ ମନ୍ତବ୍ୟ ପାଇଁ ତାଙ୍କୁ ୪ଟି ମ୍ୟାଚ ପାଇଁ ନିଳମ୍ବିତ କରାଯାଇଛି । ସରଫରାଜଙ୍କ ମନ୍ତବ୍ୟ ଆଇସିସିର ବର୍ଣ୍ଣବୈଷମ୍ୟବାଦୀ ନିରୋଧୀ ନିୟମର ଉଲ୍ଲଙ୍ଘନ ବୋଲି ଆଇସିସି ଜାଣିବା ପରେ ତାଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି । ଡରବାନ ମ୍ୟାଚରେ ସେ ଆଡିଲଙ୍କୁ ଦେଇଥିବା ମନ୍ତବ୍ୟ ଷ୍ଟମ୍ପ କ୍ୟାମେରାରେ ଧରା ପଡିଥଲା ।

ଏ ନେଇ ତଦନ୍ତ ହେବା ପରେ ସରଫରାଜ ଦୋଷ ସ୍ୱୀକାର କରିଥିଲେ । ମ୍ୟାଚ ରେଫରି ରଂଜନ ମଦୁଗଲେ ଏହି ମାମଲାର ତଦନ୍ତ କରି ରିପୋର୍ଟ ଦେଇଥିଲେ । ଏହା ଫଳରେ ସେ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଅବଶିଷ୍ଟ ଏକଦିବସୀୟ ଓ ଟି

୨୦ ମ୍ୟାଚ ଖେଳିପାରିବେ ନାହିଁ । ତାଙ୍କ ଅନୁପସ୍ଥିତିରେ ସୋଏବ ମଲ୍ଲିକ ପାକିସ୍ତାନ ଦଳର ନେତୃତ୍ୱ କରିବେ ।

ସମ୍ବନ୍ଧିତ ଖବର