ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରୁ ସରିତା ବିଦା

ଉଲାନ୍‌ ଉଦେ (ରୁଷିଆ) : ନୀରଜ ଫୋଗତଙ୍କ ପରେ ପୂର୍ବତନ ବିଜୟିନୀ ଏଲ୍‌ ସରିତା ଦେବୀ ଏଠାରେ ଚାଲିଥିବା ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ପ୍ରଥମ ରାଉଣ୍ଡ୍‌ ବାଇ ପାଇଥିବା ଚତୁର୍ଥ ମାନ୍ୟତାପ୍ରାପ୍ତ ଭାରତୀୟ ସରିତା ଦେବୀ ରବିବାର ୬୦ କେଜି ବର୍ଗର ଦ୍ବିତୀୟ ରାଉଣ୍ଡ୍‌ ଲଢ଼େଇରେ ରୁଷିଆର ନାତାଲିଆ ସଦ୍‌ରିନାଙ୍କ ନିକଟରୁ ୦-୫ରେ ପରାସ୍ତ ହୋଇଛନ୍ତି। ୨୦୦୬ ନୂଆଦିଲ୍ଲୀ ସଂସ୍କରଣରେ ସ୍ବର୍ଣ୍ଣ ପଦକ ଜିତିଥିବା ସରିତା ପାୟ ଗୋଟିଏ ଦଶନ୍ଧୀରୁ ଅଧିକ ମଧ୍ୟରେ ନିଜର ପ୍ରଥମ ବିଶ୍ବ ପଦକ ଲକ୍ଷ୍ୟରେ ରହିଥିଲେ ମଧ୍ୟ ପ୍ରାରମ୍ଭିକ ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର