ଭାରତ-ଦକ୍ଷିଣ ଆଫ୍ରିକା ଦଳର ଭଲମନ୍ଦ ବୁଝିବେ ସରୋଜ-ବାଲା

କଟକ: ଆସନ୍ତା ୧୨ ତାରିଖରେ ଖେଳାଯିବାକୁଥିବା ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳର ଭଲମନ୍ଦ ବୁଝିବା ଦାୟିତ୍ବ ନୂଆପଡ଼ାର ସରୋଜ କୁମାର ସାହୁ ଓ ନବରଙ୍ଗପୁରର ଏମ୍‌ ବାଲକ୍ରିଷ୍ଣା ରାଓ (ବାଲା)ଙ୍କୁ ଦିଆଯାଇଛି। ସରୋଜଙ୍କୁ ଭାରତୀୟ ଦଳର ଓ ବାଲାଙ୍କୁ ଦକ୍ଷିଣ ଆଫ୍ରିକା ଦଳର ଲୋକାଲ ମ୍ୟାନେଜର ଭାବେ ଓସିଏ ପୁନଃ ନିଯୁକ୍ତି ଦେଇଛି। ଖେଳାଳିମାନେ ଭୁବନେଶ୍ବରରେ ପହଞ୍ଚିବା ପରଠୁ ଆରମ୍ଭ କରି ଅଭ୍ୟାସ, ମ୍ୟାଚ୍‌ ଏବ˚ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ଦଳର ସବୁପ୍ରକାରର ଦାୟିତ୍ବ ଏମାନଙ୍କ କାନ୍ଧରେ ରହିବ।

ସରୋଜ ହେଉଛନ୍ତି ନୂଆପଡ଼ା ଜିଲ୍ଲା କ୍ରିକେଟ ସ˚ଘର ସମ୍ପାଦକ। ଗତ ୨୦୧୯ରେ ଭାରତ-େଵଷ୍ଟଇଣ୍ତିଜ ଆନ୍ତର୍ଜାତିକ ଦିନିକିଆରେ ସରୋଜ ପ୍ରଥମ ଥର ପାଇଁ ଭାରତୀୟ ଦଳର ଲୋକାଲ ମ୍ୟାନେଜର ଭାବେ ନିଯୁକ୍ତ ହୋଇଥିଲେ। ଚଳିତ ବର୍ଷ ଏହା ତାଙ୍କର ଦ୍ବିତୀୟ ଆନ୍ତର୍ଜାତିକ ମ୍ୟାଚ୍‌ ହେବାକୁ ଯାଉଛି। ସେହିପରି ବାଲା ହେଉଛନ୍ତି ନବରଙ୍ଗପୁର ଜିଲ୍ଲାର କ୍ରିକେଟ୍‌ ପ୍ରଶିକ୍ଷକ। ୨୦୦୪ ମସିହାରେ ବାରବାଟୀରେ ହୋଇଥିବା ଚାଲେଞ୍ଜର ଟ୍ରଫିରେ ଇଣ୍ତିଆ ଗ୍ରୀନ୍‌ ପାଇଁ ଲୋକାଲ୍‌ ମ୍ୟାନେଜର ଭାବେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରଠୁ ସେ ପ୍ରତ୍ୟେକ ଭ୍ରମଣକାରୀ ଦଳର ଲୋକାଲ୍‌ ମ୍ୟାନେଜର ଭାବେ କାର୍ଯ୍ୟ କରିଆସୁଛନ୍ତି। ଏହାଛଡା ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଏବ˚ ୨୦୧୩ ମହିଳା ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଦଳର ଲୋକାଲ୍‌ ମ୍ୟାନେଜର ଭାବେ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର