ସରୋଜଙ୍କ ସଂଗ୍ରହାଳୟ:ଏଥରର ଆକର୍ଷଣ

କଟକ: ଜଣେ କ୍ରିକେଟ ସଂଗ୍ରାହକ ଭାବେ ପରିଚିତ ସରୋଜ ରଂଜନ କରଙ୍କ ସଂଗ୍ରହାଳୟକୁ ଏଥର ସ୍ୱୀକୃତି ମିଳିଛି। ବୁଧବାରଠୁ ଆରମ୍ଭ ହେଉଥିବା ଭାରତ-ଶ୍ରୀଲଙ୍କା ଟେ୍ଵଣ୍ଟି-୨୦ ମ୍ୟାଚ ଅବସରରେ ସରୋଜଙ୍କ ଏହି ସଂଗ୍ରହାଳୟ ଏବେ ଅନ୍ୟତମ ଆକର୍ଷଣ ପାଲଟିଛି। ଓସିଏ କନ୍‌ଫରେନ୍ସ ହଲ୍‌ରେ ତାଙ୍କ ସଂଗ୍ରହାଳୟର କିଛି ସାମଗ୍ରୀକୁ ପ୍ରଦର୍ଶିତ କରାଯାଇଛି। ବ୍ରାଡ୍‌ମ୍ୟାନଙ୍କ ବ୍ୟାଟ୍‌ଠୁ ଆରମ୍ଭ କରି ବର୍ତ୍ତମାନ ସମୟ ମଧ୍ୟରେ ଖେଳୁଥିବା ଖେଳାଳିଙ୍କ ବ୍ୟାଟ୍‌, ଟି-ସାର୍ଟ, ଅଟୋଗ୍ରାଫ୍‌କୁ ଏଥିରେ ସାମିଲ କରାଯାଇଛି। ସେଥିମଧ୍ୟରେ ଓଡ଼ିଆ ଖେଳାଳି ଶିବସୁନ୍ଦର ଦାସଙ୍କ ଜର୍ସି ସହିତ ଅନେକ କିମ୍ବଦନ୍ତୀ କ୍ରିକେଟରଙ୍କ ଅଟୋଗ୍ରାଫ୍‌ ମଧ୍ୟ ରଖାଯାଇଛି। ପୂର୍ବରୁ ଜେଲ୍‌ରୋଡ୍‌ସ୍ଥିତ ତାଙ୍କ ବାସଭବନରେ ଏକ ଛୋଟ କ୍ରିକେଟ ସଂଗ୍ରହାଳୟ ଖୋଲିଥିଲେ ବି ତାହାର ଅଧିକ ପ୍ରଚାର ହୋଇପାରୁନଥିଲା। ଏବେ ଆନ୍ତର୍ଜାତିକ ମ୍ୟାଚ ବେଳେ ଏହି ପ୍ରଦର୍ଶନୀ ଯୋଗୁଁ ତାଙ୍କର ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଥିବା ସରୋଜ କହିଛନ୍ତି। ବର୍ତ୍ତମାନ ସରୋଜ ଶ୍ରୀଲଙ୍କା ଦଳ ସହିତ ସ୍ଥାନୀୟ ପ୍ରବନ୍ଧକ ଦାୟିତ୍ୱରେ ଅଛନ୍ତି। ତେଣୁ ଏହି ମ୍ୟାଚରୁ ମଧ୍ୟ ଏକାଧିକ ସାମଗ୍ରୀ ଓ ଅଟୋଗ୍ରାଫ୍‌ ସଂଗ୍ରହ କରିବା ତାଙ୍କର ଯୋଜନା ଥିବା ସରୋଜ କହିଛନ୍ତି।

ସମ୍ବନ୍ଧିତ ଖବର