ସାଥୀୟାଁଙ୍କୁ ବିଶ୍ବକପ୍‌ ଟିକେଟ୍‌

ୟୋକୋହାମା: ଭାରତୀୟ ଟେବୁଲ ଟେନିସ (ଟିଟି) ଖେଳାଳି ଜି ସାଥୀୟାଁ ରବିବାର ବିଶ୍ବକପ୍‌ ଟିକେଟ୍‌ ହାସଲ କରିଛନ୍ତି। ଏଠାରେ ଆୟୋଜିତ ଆଇଟିଟିଏଫ୍‌-ଏଟିଟିୟୁ ଏସୀୟ ପ୍ରତିଯୋଗିତାର ପଞ୍ଚମରୁ ଅଷ୍ଟମ ସ୍ଥାନ ପାଇଁ ହେଉଥିବା ମୁକାବିଲାରେ‌ ସେ ଷଷ୍ଠ ସ୍ଥାନ ଅଧିକାର କରି ବିଶ୍ବକପ୍‌ ଯୋଗ୍ୟତା ପକ୍କା କରିଥିଲେ। ଶନିବାର ଚତୁର୍ଦଶ ମାନ୍ୟତା ହଂକଂର ଟିଙ୍ଗ୍‌ ୱଙ୍ଗ୍‌ଙ୍କୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିଥିବା ସାଥୀୟାଁ କିନ୍ତୁ ରବିବାର ଚାଇନିଜ୍‌ ତାଇପେର ଲିନ୍‌ ୟୁନ୍‌-ଜୁଙ୍କଠୁ ହାରି ଯାଇଥିଲେ। ଦ୍ବିତୀୟ ମାନ୍ୟତା ଜୁ ୧୧-୪, ୧୧-୮, ୧୧-୮, ୧୪-୧୨ରେ ୨୮ ମାନ୍ୟତା ସାଥୀୟାଁଙ୍କୁ ହରାଇ ପଞ୍ଚମ ସ୍ଥାନ ଅଧିକାର କରିଥିଲେ। ବିଶ୍ବକପ୍‌ ଚଳିତ ବର୍ଷ ଅକ୍ଟୋବର ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଇନାର ଚେଙ୍ଗଡୁରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର