ଟେବୁଲ ଟେନିସ୍‌: ବିଶ୍ବ ମାନ୍ୟତାର ଷଷ୍ଠଙ୍କୁ ହରାଇଲେ ସାଥୀୟାଁ

ନୂଆଦିଲ୍ଲୀ : ଭାରତୀୟ ଟେବୁଲ ଟେନିସ୍‌ ତାରକା ସାଥୀୟାଁ ଜ୍ଞାନଶେକରନ କ୍ରୋଏସିଆର ଜାଗ୍ରେବ୍‌ଠାରେ ଚାଲିଥିବ‌ା ଡବ୍ଲୁଟିଟି ପ୍ରତିଯୋଗିତାରେ ବିଶ୍ବ ମାନ୍ୟତାର ଷଷ୍ଠ ଜୋର୍ଜିକ୍‌ ଡାର୍କୋଙ୍କୁ ପରାସ୍ତ କରିଦେଇଛନ୍ତି। ନିଜ ଯୋଜନାକୁ ଚମତ୍କାର ଭାବେ କାର୍ଯ୍ୟକାରୀ କରି ସାଥୀୟାଁ ପୁରୁଷ ଏକକ ରାଉଣ୍ଡ-୩୨ରେ ସ୍ଲୋଭେକିଆର ଏହି ଦ୍ବିତୀୟ ମାନ୍ୟତାପ୍ରାପ୍ତ ତାରକାଙ୍କୁ ୩-୧ (୬-୧୧, ୧୨-୧୦, ୧୧-୯, ୧୨-୧୦)ରେ ପରାସ୍ତ କରି ଚକିତ କରିଦେଇଥିଲେ।

ବିଶ୍ବ ମାନ୍ୟତାର ଷଷ୍ଠ ଏବଂ ଏବର ୟୁରୋପୀୟାନ କପ୍‌ ବିଜେତା ଡାର୍କୋଙ୍କୁ ପରାସ୍ତ କରିବା ମୋ ପାଇଁ ବଡ଼ ସଫଳତା ବୋଲି ଟ୍ବିଟ୍‌ କରିଛନ୍ତି ସାଥୀୟାଁ। ବିଶ୍ବ ମାନ୍ୟତାର ଶୀର୍ଷ ୧୦ ମଧ୍ୟରେ ଥିବା କୌଣସି ଖେଳାଳିଙ୍କ ବିପକ୍ଷରେ ସାଥୀୟାଁଙ୍କର ଏହା ଦ୍ବିତୀୟ ବିଜୟ। ଏହା ପୂର୍ବରୁ ସେ ପୂର୍ବତନ ବିଶ୍ବ ମାନ୍ୟତାର ପଞ୍ଚମ ଜାପାନର ଟୋମୋକାଜୁ ହାରିମୋଟୋଙ୍କୁ ୨୦୧୯ ଏସୀୟ ଚାମ୍ପିଅନ୍‌ସିପ୍‌ ଅବସରରେ ପରାସ୍ତ କରିଥିଲେ। ସଂପ୍ରତି ଆଗାମୀ ବର୍ମିଙ୍ଗ୍‌ହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ଦଳରେ ସାମିଲ ଥିବା ସାଥୀୟାଁ ଏହି ବିଜୟ ବଳରେ ମନୋବଳ ଦୃଢ଼ କରିଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର