ଆଦୁବାଇ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ଏକ ଫଟୋକୁ ନେଇ ବିବାଦ ଦେଖାଦେଇଛି। ଏହି ଫଟୋକୁ ଆଇସିସି ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଥିଲା। ଫଟୋରେ କୋହଲି ସିଂହାସନ ଉପରେ ସମ୍ରାଟ ବେଶରେ ବସିଥିବା ଦେଖିବାକୁ ମିଳୁଛି। କୋହଲିଙ୍କ ମୁଣ୍ଡରେ ମୁକୁଟ ଥିଲା ବେଳେ ସେ ହାତରେ ବ୍ୟାଟ୍ ଧରିଛନ୍ତି। ହେଲେ ଏହି ଫଟୋକୁ କିଛି କ୍ରିକେଟ୍ ପ୍ରେମୀ ପସନ୍ଦ କରି ନାହାନ୍ତି। ବିଶ୍ବକପ୍ ଲାଗି ୧୦ ଜଣ ଅଧିନାୟକ ଲଢ଼େଇ କରୁଥିବା ବେଳେ ଆଇସିସି କେବଳ କୋହଲିଙ୍କର ଫଟୋ ପ୍ରକାଶ କରି ବିବାଦୀୟ ବାର୍ତା ଦେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଜଣେ ପ୍ରଶଂସକ ଟ୍ବିଟ୍ କରି କହିଛନ୍ତି ଯେ ବିସିସିଆଇ ମାଲିକାନାରେ ଆଇସିସି ଅଛି। ସେହିଭଳି ଆଇସିସି ଭାରତୀୟ ପ୍ରଶଂସକଙ୍କ ଭଳି କାର୍ଯ୍ୟ କରୁଛି ବୋଲି ଆଉ ଜଣେ ପ୍ରଶଂସକ ନିଜ ଅସନ୍ତୋଷ ଜାହିର କରିବାକୁ ଯାଇ ଲେଖିଛନ୍ତି। ପୂର୍ବରୁ ଭାରତୀୟ ଦଳର ବିଳମ୍ବିତ ଅଭିଯାନ ନେଇ ମଧ୍ୟ ପ୍ରଶଂସକମାନେ ଆଇସିସିକୁ ସମାଲୋଚନା କରି ସାରିଛନ୍ତି। ବିଶ୍ବକପ୍ ସୂଚୀକୁ ନେଇ ଭାରତୀୟ କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର ମଧ୍ୟ ନିଜ ଅସନ୍ତୋଷ ଜାହିର କରିଛନ୍ତି। କିଛି ପ୍ରଶଂସକ କିନ୍ତୁ ଫଟୋଟି କୋହଲି କିମ୍ବା ଲୋକେଶ ରାହୁଲଙ୍କର ଥିଲା ସେ ନେଇ ଦ୍ବନ୍ଦ୍ବରେ ଥିଲେ। କାରଣ ଏହା ଗୋଟିଏ ପଟରୁ ରାହୁଲଙ୍କ ଫଟୋ ଭଳି ଦେଖା ଯାଉଥିଲା।ଇସିସି
କୋହଲିଙ୍କୁ ସମ୍ରାଟ ସଜାଇଲା
/sambad/media/post_attachments/wp-content/uploads/2019/06/500.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)