ଦୁବାଇ : ଭାରତୀୟ ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡୀ ଓ ଚିରାଗ ସେଟ୍ଟୀ ବ୍ୟାଡ୍‌ମିଣ୍ଟନ ଏସିଆ ଚାମ୍ପିଅନ୍‌ସିପ୍‌ରେ ପୁରୁଷ ଯୁଗଳ ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ଲି ୟଙ୍ଗ୍‌-ୱାଙ୍ଗ୍‌ ଚି ଲିନ୍‌ ଯୋଡ଼ି ବିପକ୍ଷ ଶନିବାର ସେମିଫାଇନାଲ୍‌ରେ ଭାରତୀୟ ଯୋଡ଼ି ପ୍ରଥମ ଗେମ୍‌କୁ ୨୧-୧୮ରେ ଜିତିବା ପରେ ଦ୍ବିତୀୟ ଗେମ୍‌ରେ ୧୩-୧୪ରେ ପଛୁଆ ଥିଲେ। ହେଲେ ପ୍ରତିପକ୍ଷ ଯୋଡ଼ି ଏହିଠାରୁ ଓହରିଯିବାରୁ ସାତ୍ତ୍ବିକ-ଚିରାଗଙ୍କୁ ବିଜୟୀ ଘୋଷିତ କରାଯାଇଥିଲା। ଏହି ବିଜୟ ସହ ସାତ୍ତ୍ବିକ-ଚିରାଗ ପ୍ରଥମ ଭାରତୀୟ ପୁରୁଷ ଯୋଡ଼ି ଫାଇନାଲ୍‌ରେ ପହଞ୍ଚିବାର ଗୌରବ ପାଇଛନ୍ତି। ପ୍ରଥମ ଭାରତୀୟ ଭାବେ ୧୯୬୫‌ ପରେ ଫାଇନାଲ୍‌ରେ ପହଞ୍ଚିଛନ୍ତି। ୧୯୬୫ରେ ଦୀନେଶ ଖାନ୍ନା ଫାଇନାଲ୍‌ରେ ପହଞ୍ଚିବା ପୁରୁଷ ଏକକ ଟ୍ରଫି କରାୟତ୍ତ କରିଥିଲେ।

Advertisment

ଶୁକ୍ରବାର କ୍ବାର୍ଟର ଫାଇନାଲ୍‌ ଜିତି ୫୨ ବର୍ଷ ପରେ ଭାରତ ପାଇଁ ଯୁଗଳରେ ପ୍ରଥମ ଏସିଆ ପଦକ ନିଶ୍ଚିତ କରିଥିବା ସାତ୍ତ୍ବିକ-ଚିରାଗ ଏବେ ସ୍ବର୍ଣ୍ଣ ପଦକ ପାଇଁ ଓଙ୍ଗ୍‌ ୟିଉ ସିନ୍‌-ତିଓ ଇ ୟି’ଙ୍କ ସହ ମୁକାବିଲା କରିବେ।