ସତ୍ୟସାଇ କ୍ରିକେଟ୍‌: ବିଏମ୍‌ସିସି ଗୋଳକୁଣ୍ଡ ବିଜେତା

ବ୍ରହ୍ମବରଦା: ଯାଜପୁର ବ୍ଲକ୍‌ ଝାଲପଡ଼ା ପଞ୍ଚାୟତ ଅନ୍ତର୍ଗତ କାକୁଡ଼ିକୁଦ ସତ୍ୟସାଇ ଉଚ୍ଚବିଦ୍ୟାଳୟ ପଡ଼ିଆରେ ଚାଲିଥିବା ୩୪ତମ ରାଜ୍ୟସ୍ତରୀୟ ସତ୍ୟସାଇ କ୍ରିକେଟ୍‌ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଭୁବନେଶ୍ୱର ସହିଦ୍‌ ସ୍ପୋଟିଂକୁ ୯୫ ରନ୍‌ରେ ପରାସ୍ତ କରି ବିଏମ୍‌ସିସି ଗୋଳକୁଣ୍ଡ ଚାମ୍ପିଅନ ହୋଇଛି। ବିଏମ୍‌ସିସି ଗୋଳକୁଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ୮ ଓ୍ଵିକେଟ୍‌ ହରାଇ ୨୧୨ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମୋଜାକିର ଅଲ୍ଲୀ ୪୫ ଓ ବ୍ରହ୍ମାନନ୍ଦ ଧଳ ୪୪ ରନ କରିଥିଲେ। ବିପକ୍ଷ ଦଳର ସ୍ୱୟମ୍‌ ସିଂ ଓ ସୁମିତ୍‌ ଚକ୍ର ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ସହିଦ୍‌ ସ୍ପୋଟିଂ ୨୦.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୧୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଉଦିତାଂଶୁ ପରିଡ଼ା ୩୩ ଓ ମାନସରଂଜନ ନାୟକ ୨୪ ରନ୍‌ କରିଥିଲେ। ବିପକ୍ଷ ଦଳର ଜ୍ୟୋତିରଂଜନ ଆଚାର୍ଯ୍ୟ ୪ ଓ ମୋଜାକିର ଅଲ୍ଲୀ ୨ଟି ଓ୍ଵିକେଟ୍‌ ନେଇଥିଲେ। ମୋଜାକିର ଅଲ୍ଲୀଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଓ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଓସିଏ ଅମ୍ପାୟାର ରମେଶ ଚନ୍ଦ୍ର ମହାରଣା ଓ ଶରତ ଚନ୍ଦ୍ର ଜେନା ଖେଳ ପରିଚାଳନା କରିଥିଲେ।

ସଂଗଠକ ମଣ୍ଟୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିିତ ଉଦ୍‌ଯାପନୀ ଉତ୍ସବରେ ଯୁବନେତା ବିଶ୍ୱରଂଜନ ମଲ୍ଲିକ୍‌ ମୁଖ୍ୟ ଅତିିଥି, ବରୀ ବ୍ଲକ ଅଧ୍ୟକ୍ଷ ଦେବୁଲି ଦାସ, ଝାଲପଡ଼ା ସରପଞ୍ଚ ନିର୍ମଳ ଚନ୍ଦ୍ର ସାମଲ, ସମିତି ସଭ୍ୟାଙ୍କ ପ୍ରତିନିଧି ସୁରେନ୍ଦ୍ର ସାହୁ, ପୂର୍ବତନ ଖେଳ ଶିକ୍ଷକ ପତିତପାବନ ସାମଲ, ବ୍ୟବସାୟୀ କାଶୀନାଥ ବେହରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ ଦଳର ଅଧିନାୟକଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ସତ୍ୟସାଇ କ୍ରିକେଟ୍‌ କ୍ଲବ୍‌ର ସମସ୍ତ ସଦସ୍ୟ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର