ଭୁବନେଶ୍ବର : ଓଡ଼ିଆ ପୁଅ ସତ୍ୟବ୍ରତ ଦାସ ଉତ୍ତରାଖଣ୍ଡର ଦୁର୍ଗମ ପର୍ବତ ଶୃଙ୍ଗ ମାଉଣ୍ଟ ସତୋପନ୍ଥ (୭,୦୭୫ମିଟର) ସଫଳତାର ସହ ଚଢ଼ିଛନ୍ତି। ୨୯ ବର୍ଷୀୟ ସତ୍ୟବ୍ରତ ଗତ ମାସ ୧୦ ତାରିଖରେ ୮ ଜଣିଆ ଦଳ ସହ ବେସ କ୍ୟାମ୍ପ (ବାସୁକି ତାଲ) ପହଞ୍ଚିବା ପରେ ନିଜର ଅଭିଯାନ ଆରମ୍ଭ କରିଥିଲେ। ତେବେ ଖରାପ ପାଗ ଏବଂ ସୁଉଚ୍ଚ ପର୍ବତର ବନ୍ଧୁର ରାସ୍ତାରେ ନିଜର କୌଶଳ ଦେଖାଇ ସତ୍ୟବ୍ରତଙ୍କ ସହ ଅନ୍ୟ ୪ ଜଣ ପର୍ବତ ଶିଖର ପହଞ୍ଚି ପାରିଥିଲେ। ଅଗଷ୍ଟ ୨୫ ତାରିଖ ରାତିରେ ଯେତେବେଳେ ତାପମାତ୍ରା -୨୫° ସେଲସିୟସ ଥିଲା, ଏହି ଦଳ ଶିଖର ଅଭିମୁଖେ ଯାତ୍ରା କରିଥିଲା ଏବଂ ଅଗଷ୍ଟ ୨୬ ତାରିଖ ଅପରାହ୍ନ ୧ଟା ୨୧ରେ ଶିଖରରେ ପହଞ୍ଚିଥିଲେ। ଯାଜପୁର ଜିଲ୍ଲା କୁମ୍ଭିରଗାଡ଼ିଆ ରେ ଜନ୍ମିତ ସତ୍ୟବ୍ରତ ପୂର୍ବରୁ ଷ୍ଟକ୍ କାଂଗ୍ରି (୬,୧୫୩ ମିଟର), ମାଉଣ୍ଟ କାନାମୋ (୫,୯୭୪ ମିଟର), ମାଉଣ୍ଟ ରିନୋକ୍ (୪,୭୨୪ ମିଟର) ଏବଂ କାବ୍ରୁ ଡୋମ ବେସ୍ କ୍ୟାମ୍ପ ଆରୋହଣ କରିଛନ୍ତି। ସେ ମଧ୍ୟ ଅନେକ ପାର୍ବତୀୟ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହେଇଛନ୍ତି।
ମାଉଣ୍ଟ ସତୋପନ୍ଥ ଚଢ଼ିଲେ ସତ୍ୟବ୍ରତ
/sambad/media/post_attachments/wp-content/uploads/2022/09/Satyabrata-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)