ପୂର୍ବାଞ୍ଚଳ ସ୍ନୁକର, ସତ୍ୟଦୀପଙ୍କୁ ହରାଇଲେ ବିକାଶ

ଭୁବନେଶ୍ବର: ସିକ୍ସପକେଟ୍ସ ଆନୁକୂଲ୍ୟରେ ଆୟୋଜିତ ଫାଲ୍‌କନ୍‌ ଚିଲିକା ଫ୍ରେସ୍‌ ପୂର୍ବାଞ୍ଚଳ ସ୍ନୁକର ପ୍ରତିଯୋଗିତା‌ର ତୃତୀୟ ଦିବସରେ ଛତିଶଗଡ଼ର ବିକାଶ ଅଗ୍ରୱାଲ ୩-୨ରେ ସତ୍ୟଦୀପ ଦାସଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ଶନିବାର ଖେଳାଯାଇଥିବା ବିଭିନ୍ନ ମୁକାବିଲାରେ ସାରଦା ବେହେରା ୩-୨ରେ ଜଗଦୀଶ ମହାନ୍ତି, ଜାକିର ଖାନ୍ ୩-୦ରେ ଅନୁରାଗ ଶର୍ମା, ଜିତେନ ଷଡ଼ଙ୍ଗୀ ୩-୦ରେ ଅର୍ମାନ-ଉଲ-ହକ୍, ବିକାଶ ଅଗ୍ରୱାଲ ୩-୨ରେ ସତ୍ୟଦୀପ ଦାସ, ସିଦ୍ଧାର୍ଥ ସେନ୍ ୩-୧ରେ ନିଶି ପ୍ରକାଶ, ରାକେଶ ଆର ପ୍ରଧାନ ୩-୦ରେ ଚେତନ ଆନନ୍ଦ, ଏମଡି ରଜା ୩-୦ରେ ଜଗଦୀଶ ମହାନ୍ତି ଏବଂ ରୁମିତ ଗୁପ୍ତା ୩-୦ରେ ମିଶାଲ ସ୍ବାଇଁଙ୍କୁ ହରାଇଥିଲେ।

ସମ୍ବନ୍ଧିତ ଖବର