ଭୁବନେଶ୍ୱର,: ଚଳିତ ମାସ ୨୮ ତାରିଖରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ଦକ୍ଷିଣ କୋରିଆର ରାଜଧାନୀ ସିଓଲର କୁକିଓନ୍ ସ୍ଥିତ ହାୟାଙ୍ଗ ବିଶ୍ୱ ବିଦ୍ୟାଳୟ ଅଲିମ୍ପିକ୍ସ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା କିମ୍ ଉନ୍ ୟଙ୍ଗ ଅନ୍ତର୍ଜାତୀୟ ଓପନ୍ ଟାଏକୋଣ୍ଡୋ ପ୍ରତିଯୋଗିତା ଲାଗି ଓଡ଼ିଶାର ସତ୍ୟଜିତ ମହାନ୍ତି ଏକମାତ୍ର ଖେଳାଳି ଭାବେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। କେନ୍ଦୁଝର ବାସିନ୍ଦା ସତ୍ୟଜିତ ୫୮ କିଲୋଗ୍ରାମରୁ କମ୍ ବରିଷ୍ଠ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଭଳି କରିବାରେ ସେ ଓଡ଼ିଶାର ପ୍ରଥମ ଖେଳାଳି ହେବେ। ତାଙ୍କ ପୂର୍ବରୁ ରାଜ୍ୟର କୌଣସି ଖେଳାଳି ବିଶ୍ୱ ଟାଏକୋଣ୍ଡେ ମହାସଂଘ ସ୍ୱୀକୃତ ଅନ୍ତର୍ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସତ୍ୟଜିତ ଓଡ଼ିଶାର ପ୍ରଥମ ଖେଳାଳି ହେବେ। ଏଥିଲାଗି ସେ ବୁଧବାର ରାତିରେ ସିଓଲ ଅଭିମୁଖେ ଯାତ୍ରା କରିବେ। ସତ୍ୟଜିତଙ୍କ ଏହି ସଫଳତା ଲାଗି ଟାଏକୋଣ୍ଡୋ ଓଡ଼ିଶାର ସାଧାରଣ ସଂପାଦକ ସନ୍ତୋଷ ମହାନ୍ତି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସତ୍ୟଜିତ ଟାଏକୋଣ୍ଡୋ ପ୍ରଶିକ୍ଷକ ମଧୁସୁଦନ ରାଉତ ଏବଂ ଜୟକୃଷ୍ଣ ପରିଡ଼ାଙ୍କ ପ୍ରଶିକ୍ଷଣରେ ଏତେବାଟ ଯାଇ ପାରିଛନ୍ତି। ଭାରତୀୟ ଦଳରେ ଅନ୍ୟମାନଙ୍କ ମଧ୍ୟରେ ରିୟନ୍ ସାଇକିଆ(କନିଷ୍ଠ ୭୩ କେଜିରୁ କମ୍), ୟାସ୍ ଅନ୍ତଲ ( କନିଷ୍ଠ ୫୯କିଜିରୁ କମ୍), ଲକ୍ଷ୍ୟ ସବରଓ୍ଵାଲ(୧୪ ବର୍ଷରୁ କମ୍), ସ୍ୱୟମ୍ ଶିବ ସାହୁ, ରାଜ୍ବୀର ରାଜୀବ୍, ଅନୁପମ୍ ଦୀକ୍ଷିତ, ଦୀପାଂଶୁ ମେଘା, ମନୋଜ କୁମାର, ପ୍ରବଣ ସାଇକିଆ(କୋଚ୍), ଆକାଶୀ ସାଇକିଆ(ଟ୍ରେନର),ଏଲ୍.ସୌକୁନ୍ ସିଂହ(ଅଫିସିଆଲ୍), ସୁଜାତା ସାହୁ, ସନ୍ଦିପ୍ କୁମାର ସାହୁ ରହିଛନ୍ତି।
କୋରିଆ ଓପନ୍ ଟାଏକୋଣ୍ଡୋ ଲାଗି ସତ୍ୟଜିତ ମନୋନୀତ
/sambad/media/post_attachments/wp-content/uploads/2017/10/satyajit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)