ଭୁବନେଶ୍ବର(ମହେନ୍ଦ୍ର ସାହୁ): ନାଁ ଯେମିତି, ନିଷ୍ଠା ମଧ୍ୟ ସେମିତି। ଦିବ୍ୟାଙ୍ଗ ହୋଇଥିଲେ ବି ସାଧାରଣ ବର୍ଗରେ ଖେଳନ୍ତି। ପୁଣି ପାଠ ସହ କ୍ରିକେଟ୍କୁ ବି ଗୁରୁତ୍ବ ଦିଅନ୍ତି। ଗାଁ ସ୍କୁଲ ପଡ଼ିଆରେ ପ୍ରତିଦିନ ୨ରୁ ୩ ଘଣ୍ଟା କ୍ରିକେଟ୍ ଅଭ୍ୟାସ କରିଥାନ୍ତି। ସୁଯୋଗ ମିଳିଲେ ପ୍ରଦର୍ଶନକୁ ଆହୁରି ଭଲ କରିବାକୁ ଆଶା ରଖିଛନ୍ତି। ଏଭଳି ଜଣେ ଯୁବକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ତେଲିପାଲି ନିବାସୀ ରାମଚନ୍ଦ୍ର ବେହେରାଙ୍କ ପୁଅ ସତ୍ୟମ୍ ବେହେରା, ଯିଏକି ୭୦ ପ୍ରତିଶତ ଦିବ୍ୟାଙ୍ଗ। ଅଗାମୀ ସମୟରେ ଓଡ଼ିଶା ଓ ଭାରତୀୟ ଦିବ୍ୟାଙ୍ଗ ଦଳର ପ୍ରତିନିଧିତ୍ବ କରିବାକୁ ଲକ୍ଷ୍ୟ ରଖିଛନ୍ତି ସତ୍ୟମ।
ପିଲାଟି ଦିନରୁ କ୍ରିକେଟ୍ ପ୍ରତି ଅହେତୁକ ଦୁର୍ବଳତା ରହି ଆସିଛି ସତ୍ୟମଙ୍କର। ଶାରୀରିକ ଅକ୍ଷମତା ପାଇଁ ଗୋଟିଏ ହାତରେ ବଲ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ଅସୁଛନ୍ତି। ଗରିବ ଚାଷୀ ପରିବାରର ପୁଅ ସତ୍ୟମ ଗତ ୩ ବର୍ଷ ହେଲା ନିୟମିତ ଭାବେ ଅଞ୍ଚଳିକସ୍ତରରେ କ୍ରିକେଟ୍ ପ୍ରତିଯୋଗିତା ଖେଳି ଆସୁଛନ୍ତି। ଡାହାଣ ହାତ କାମ କରୁ ନଥିବାରୁ ବାମହାତରେ ବୋଲିଂ କରୁଛନ୍ତି। ତାହା ସହ ନିମ୍ନକ୍ରମରେ ଉପଯୋଗୀ ବ୍ୟାଟିଂ ମଧ୍ୟ କରୁଛନ୍ତି। ସେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର, ଉଲୁଣ୍ଡା ଓ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ର ବିଭିନ୍ନ ସ୍ଥାନରେ ଆୟୋଜିତ ୧୭ଟି ପ୍ରତିଯୋଗିତାରେ ଖେଳିସାରିଲେଣି। ସେଥିମଧ୍ୟରେ ରହିଛି ଚଳିତବର୍ଷର ଚାରିଟି ପ୍ରତିଯୋଗିତା। ଆଗାମୀ ଫେବ୍ରୁଆରି ମାସ ଶେଷ ସୁଦ୍ଧା ଆହୁରି ୫ଟି ପ୍ରତିଯୋଗିତା ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ସେ। ବିରାଟ କୋହଲି ଓ ପୂର୍ବତନ ଓପନର ଶିଖର ଧାୱନ ହେଉଛନ୍ତି ସତ୍ୟମଙ୍କର ପସନ୍ଦର ଖେଳାଳି। କୋହଲି ଓ ଧୱନଙ୍କର ପ୍ରଦର୍ଶନରୁ ସେ ବହୁତ କିଛି ଶିଖିବାକୁ ପାଇଛନ୍ତି। ସେହିପରି ଭାରତୀୟ ଦ୍ରୁତବୋଲର ଯଶପ୍ରୀତ ବୁମ୍ରାଙ୍କ ବୋଲିଂ ତାଙ୍କୁ ସର୍ବାଧିକ ଅନୁପ୍ରେରିତ କରିଥାଏ ବୋଲି କହିଛନ୍ତି ସତ୍ୟମ।
ଶାରୀରିକ ଅକ୍ଷମତା ପାଇଁ ଗୋଟିଏ ହାତରେ ବଲ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ଅସୁଛନ୍ତି। ଗରିବ ଚାଷୀ ପରିବାରର ପୁଅ ସତ୍ୟମ ଗତ ୩ ବର୍ଷ ହେଲା ନିୟମିତ ଭାବେ ଅଞ୍ଚଳିକସ୍ତରରେ କ୍ରିକେଟ୍ ପ୍ରତିଯୋଗିତା ଖେଳି ଆସୁଛନ୍ତି। ଡାହାଣ ହାତ କାମ କରୁ ନଥିବାରୁ ବାମହାତରେ ବୋଲିଂ କରୁଛନ୍ତି। ତାହା ସହ ନିମ୍ନକ୍ରମରେ ଉପଯୋଗୀ ବ୍ୟାଟିଂ ମଧ୍ୟ କରୁଛନ୍ତି। ସେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର, ଉଲୁଣ୍ଡା ଓ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ର ବିଭିନ୍ନ ସ୍ଥାନରେ ଆୟୋଜିତ ୧୭ଟି ପ୍ରତିଯୋଗିତାରେ ଖେଳିସାରିଲେଣି।
/sambad/media/media_files/2025/01/30/YzQ8rPVoyjmyuUYkP5E2.jpg)
ଉଲୁଣ୍ଡା ବ୍ଲକ୍ ଅଧୀନ ସିନ୍ଧିରିଆବାହାଲରେ ଗତବର୍ଷ ଆୟୋଜିତ ପ୍ରତିଯୋଗିତାରେ କୋଟସମଲାଏ ବିପକ୍ଷ ମ୍ୟାଚରେ ସତ୍ୟମ ନିଜର ଶ୍ରେଷ୍ଠ ବୋଲିଂ ସହ ୬ଟି ୱିକେଟ୍ ନେଇଥିଲେ। ସେହି ମ୍ୟାଚ୍ରେ ସେ ୨ ଓଭର ବୋଲିଂ କରି ମାତ୍ର ୯ ରନ୍ ଖର୍ଚ୍ଚ କରିଥିଲେ। ଚଳିତ ବର୍ଷ ନାକଡେଇଁରେ ଆୟୋଜିତ ପ୍ରତିଯୋଗିତାରେ ବମରାଜ୍ ବିପକ୍ଷରେ ୨ ଓଭର ବୋଲିଂ କରି ୩ ୱିକେଟ୍ ଅକ୍ତିଆର କରିଥିଲେ। ଯୁବ କ୍ରିକେଟର୍ ସତ୍ୟମଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ୫ଟି ପୁରସ୍କାର ମିଳିଛି। ଏଥିରୁ ଶ୍ରେଷ୍ଠ ବୋଲର ପାଇଁ ୩ ଥର ଓ ଶ୍ରେଷ୍ଠ କ୍ୟାଚ୍ ପାଇ ୨ଟି ପୁରସ୍କାର ମିଳିଛି। ୭୦ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଥିବା ସତ୍ୟମଙ୍କୁ ସରକାର ମାସିକ ଭତ୍ତା ପ୍ରଦାନ କରୁଛନ୍ତି। ଯୁକ୍ତ ୨ ସମୟରେ ତାଙ୍କୁ ‘ବାଣୀଶ୍ରୀ ଛାତ୍ରବୃତ୍ତି’ ମିଳୁଥିଲା। ସତ୍ୟମ ଘରଠାରୁ ୧୨ କିମି ଦୂରରେ ଥିବା ବୀରମହାରାଜପୁର ମହାବିଦ୍ୟାଳୟକୁ ଦୈନନ୍ଦିନ ସାଇକେଲରେ ପାଠ ପଢ଼ିବାକୁ ଯାଆନ୍ତି। ସେ ଏବେ ଯୁକ୍ତ ୩ ଦ୍ବିତୀୟ ବର୍ଷ ‘ଓଡ଼ିଆ ସମ୍ମାନ’ ବିଭାଗର ଛାତ୍ର। ପ୍ରତିଦିନ ସକାଳୁ ୨ ଘଣ୍ଟା ଓ ରାତିରେ ୨ ଘଣ୍ଟା ଘରେ ପଢ଼ିବା ବ୍ୟତୀତ କଲେଜରେ କ୍ଲାସ୍ କରିଥା’ନ୍ତି। ଆଗକୁ କ୍ରିକେଟ୍ ସହ ଉଚ୍ଚ ଶିକ୍ଷା ଅଧ୍ୟୟନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେ।