୨୯ରୁ ସତ୍ୟନଗର ପ୍ରିମିୟର ଲିଗ୍

ଭୁବନେଶ୍ୱର: ଡାଇନାମିକ କ୍ରିକେଟ୍‌ କ୍ଲବ୍ ଦ୍ୱାରା ଆନୁକୂଲ୍ୟ‌ରେ ସତ୍ୟନଗର ପ୍ରିମିୟର୍ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଚଳିତ ମାସ ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଭାରତୀୟ ବିଦ୍ୟାଳୟ ଖେଳ ପଡ଼ିଆଠାରେ ଖେଳାଯିବାକୁ ଥିବା ଏହି ଲିଗ୍‌ରେ ମୋଟ ୮ ଦଳ ଅଂଶ ଗ୍ରହଣ କରିବେ। ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଯଥାକ୍ରମେ ୧୦,୦୦୦ ଏବଂ ୬,୦୦୦ ଟଙ୍କାର ପୁରସ୍କ‌ାର ରାଶି ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର