ପୁଣି ଗିନିଜ୍‌ ରେକର୍ଡ କଲେ ସତ୍ୟପୀର

ଭୁବନେଶ୍ବର : ଭାରତର ପଞ୍ଚମ୍ୟାନ ଭାବରେ ପରିଚିତ ସତ୍ୟପୀର ପଧାନ ଶୁକ୍ରବାର ଆଉ ଏକ ନୂଆ ଗିନିଜ ରେକର୍ଡ କରିଛନ୍ତି। ସେ ଦୁଇ ହାତରେ ୩୪୮ ମୁଥ ମାରି ଏହି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ପୂର୍ବରୁ ଏହି କୀର୍ତ୍ତିମାନ ସ୍ଲୋଭାକିଆର ମୁଷ୍ଟିଯୋଦ୍ଧା ପାଭେଲ ରୁଷୋଭ୍‌ (୩୩୪)ଙ୍କ ନାମରେ ଥିଲା। ଏହି କୀର୍ତ୍ତିମାନ ପାଇଁ ଭୁବନେଶ୍ବର ସ୍ଥିତ ବୁଦ୍ଧମନ୍ଦିର ପରିସରରେ ଦିନ ୧୨.୦୫ରେ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ସେ ଏହି କୀର୍ତ୍ତିମାନ କରିଥିଲେ। ହେଲେ ଏହା ଏବେ ଗିନିଜ ରେକର୍ଡର ଅପେକ୍ଷା‌ରେ ରହିଛି। ଏହି କାର୍ଯ୍ୟକ୍ରମର ସମସ୍ତ କାଗଜପତ୍ର ସେ ଗିନିଜ ବୁକ୍‌କୁ ପଠାଇବେ। ସେଠାରୁ ଅନୁମୋଦନ ମିଳିବା ପରେ ତାଙ୍କ ରେର୍କଡ ଲିପିବଦ୍ଧ ହେବ। ଏହି କାର୍ଯ୍ୟକ୍ରମରେ ଏକ୍ସପର୍ଟ ୱିଟନେସ ଭାବରେ ସୁଧୀର ଚନ୍ଦ୍ର ଛତ୍ରିଆ ଉପସ୍ଥିତ ଥିଲେ। ସୁଜ୍ଞାନ କେଶରୀ ପ୍ରଧାନ ପଞ୍ଚ ପ୍ୟାଡ୍ କିପର୍ ଏବଂ ସସ୍ମିତା ରାଉତରାୟ ଓ ଗଜେନ୍ଦ୍ର ବାରିକ ଟାଇମ କିପର୍ ଦାୟିତ୍ଵ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ସେ ଗିନିଜ ରେକର୍ଡକୁ ଆବେଦନ କରିଥିଲେ ଏବଂ ଗତ ୭ ତାରିଖରେ ଅନୁମତି ପାଇଥିଲେ। ପୂର୍ବରୁ ସେ ୨୦୧୭ ଓ ୨୦୧୮ରେ ଦୁଇ ଥର ଗିନିଜ ବୁକ୍‌ରେ ସ୍ଥାନ ପାଇସାରିଛନ୍ତି।

ସମ୍ବନ୍ଧିତ ଖବର