କତାର ବିଶ୍ବକପରେ ବଡ଼ ବିପର୍ଯ୍ୟୟ : ସାଉଦି ଆରବଠାରୁ ହାରିଲା ଆର୍ଜେଣ୍ଟିନା

ଦୋହା : କତାରରେ ଖେଳାଯାଉଥିବା ଫୁଟବଲ ବିଶ୍ବକପରେ ମଙ୍ଗଳବାରଦିନ ସବୁଠାରୁ ବଡ଼ ବିପର୍ଯ୍ୟୟ ହୋଇଛି । ସାଉଦି ଆରବ ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳି ଲିଏନେଲ ମେସିଙ୍କ ନେତୃତ୍ବାଧିନ ଆର୍ଜେଣ୍ଟିନାରୁ ୨-୧ରେ ପରାସ୍ତ କରିଛି ।

ମେସି ମ୍ୟାଚର ଦଶମ ମିନିଟରେ ପେନାଲ୍ଟି ମାରି ନିଜ ଦେଶ ପାଇଁ ସ୍କୋର କରିଥିଲେ । ଏହି ଗୋଲ ସହିତ ସେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସାତଟି ବିଶ୍ୱକପ ଗୋଲର ରେକର୍ଡର ସମକକ୍ଷ ହୋଇଛନ୍ତି । ଏହା ସହିତ ସେ ଆର୍ଜେଣ୍ଟିନାର ପ୍ରଥମ ଖେଳାଳି ଭାବରେ ଚାରୋଟି ବିଶ୍ୱକପରେ ସ୍କୋର କରିଛନ୍ତି  ।

ଆର୍ଜେଣ୍ଟିନା ପକ୍ଷରୁ ପ୍ରଥମେ ଗୋଲ ଦିଆଯିବା ପରେ ସାଉଦି ଆରବ ଲଗାତାର ୨ଟି ଗୋଲ ଦେଇଥିଲା । ଏହି ଏସୀୟ ଦେଶ ୨-୧ରେ ଆଗୁଆ ଥିବାବେଳେ ତାହାର ସମକକ୍ଷ ହେବାକୁ ଆର୍ଜେଣ୍ଟିନା ଶେଷ ପର୍ଯ୍ୟନ୍ତ ଘନ ଘନ ଆକ୍ରମଣ କରିଥିଲା । ଏହା ସତ୍ତ୍ବେ ମେସିଙ୍କ ଏହି ଦଳ ସଫଳ ହୋଇପାରିନଥିଲା ।

ଅନ୍ୟପକ୍ଷରେ ୧୯୦୦ ମସିହା ପରେ ପ୍ରଥମ ଥର ପାଇଁ ଆର୍ଜେଣ୍ଟିନା ଏକ ଅଣ-ୟୁରୋପୀୟ ଦେଶଠାରୁ ହାରିଛି । ସାଉଦି ଆରବ ପାଇଁ ଏହାକୁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି ।

ଆର୍ଜେଣ୍ଟିନାର ପରବର୍ତ୍ତୀ ମ୍ୟାଚ ୨୭ ତାରିଖ ଦିନ ମେକ୍ସିକୋ ସହ ଓ ଡିସେମ୍ବର ୧ରେ ପୋଲାଣ୍ଡ ସହ ଖେଳାଯିବ ।

ସମ୍ବନ୍ଧିତ ଖବର