ଦୋହା: ମାଞ୍ଚେଷ୍ଟର ୟୁନାଇଟେଡ୍ ସହ ସମ୍ପର୍କ ଛିନ୍ନ କରିବା ପରେ ପର୍ତ୍ତୃଗାଲର ତାରକା ଫୁଟ୍ବଲ୍ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସାଉଦି ଆରବର ଅଗ୍ରଣୀ କ୍ଲବ୍ ଅଲ୍ ନାସର ତରଫରୁ ୨୨୫ ମିଲିଅନ୍ ଡଲାରର ତିନିବର୍ଷିଆ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବକୁ ଗ୍ରହଣ କଲେ ରୋନାଲ୍ଡୋ ବର୍ଷକୁ ୭୫ ମିଲିଅନ୍ ଡଲାର ଆୟ କରିବେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ଏନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପୂର୍ବରୁ ଆଲୋଚନା ହୋଇସାରିଥିଲା ବେଳେ ରୋନାଲ୍ଡୋଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ସଂପ୍ରତି ରୋନାଲ୍ଡୋ କାତାରରେ ବିଶ୍ବକପ୍ ଖେଳୁଛନ୍ତି। ବିଶ୍ବକପ୍ ପରେ ଏହି ଡିଲ୍ ଉପରେ ଚୂଡ଼ାନ୍ତ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି। ଅଲ୍ ନାସର ଏସିଆର ସବୁଠୁ ସଫଳ କ୍ଲବ୍ମାନଙ୍କ ମଧ୍ୟରୁ ଅନ୍ୟତମ। ଏହି କ୍ଲବ୍ ୯ ଲିଗ୍ରେ ବିଜେତା ହୋଇସାରିଛି।
ରୋନାଲ୍ଡୋଙ୍କୁ ସାଉଦି ଆରବ କ୍ଲବ୍ ଅଲ୍ ନାସରର ୨୨୫ ମିଲିଅନ୍ ଡଲାର ପ୍ରସ୍ତାବ
/sambad/media/post_attachments/wp-content/uploads/2022/11/ronald.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)