ଦୋହା: ଦୁଇ ଥର ବିଶ୍ବକପ୍ ବିଜେତା ଆର୍ଜେଣ୍ଟିନାକୁ ହରାଇଥିବା ସାଉଦି ଆରବର ପ୍ରତ୍ୟେକ ଖେଳାଳିଙ୍କୁ ଗୋଟିଏ ଲେଖାଏଁ ଆର୍ଏମ୍୬ ମିଲିଅନ୍ ରୋଲ୍ସ ରଏସ୍ ଫାଣ୍ଟମ୍ କାର୍ ମିଳିବ। ବିଶ୍ବକପ୍ରେ ସାଉଦି ଆରବର ଏହି ସ୍ମରଣୀୟ ବିଜୟ ପରେ ଦେଶର ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ ଅଲ୍ ସାଉଦ୍ ଏହି ଘୋଷଣା କରିଛନ୍ତି। ବିଶ୍ବକପ୍ରୁ ଦଳ ସାଉଦି ଆରବ ଫେରିବା ପରେ ଖେଳାଳିଙ୍କୁ ଏହି ଉପହାର ପ୍ରଦାନ କରାଯିବ। କେବଳ ଏତିକି ନୁହେଁ, ବିଜୟ ପାଳନ ପାଇଁ ସାଉଦିରେ ଗୋଟିଏ ଦିନ ଛୁଟି ପାଳନ ପାଇଁ ମଧ୍ୟ ଏହି ରାଜକୀୟ ପରିବାର ପକ୍ଷରୁ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ସାଉଦି ଆରବ ୨-୧ ଗୋଲ୍ରେ ଆର୍ଜେଣ୍ଟିନାକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଏହି ବିପର୍ଯ୍ୟୟ ପୂର୍ବରୁ ବିଶ୍ବକପ୍ ଇତିହାସରେ ସାଉଦି ମାତ୍ର ୩ ମ୍ୟାଚ୍ ଜିତିଥିଲା।
ସାଉଦି ଆରବ ଖେଳାଳିଙ୍କୁ ମିଳିବ ରୋଲ୍ସ ରଏସ୍
/sambad/media/post_attachments/wp-content/uploads/2022/11/5sf64h65h4fssf65h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)