ସାଇକେଲ୍‌ରେ ପହଞ୍ଚିଲେ ସାଉଦି ପ୍ରଶଂସକ

ବିଶ୍ୱକପ୍‌ରେ ଅଂଶଗ୍ରହଣ କରୁଥିବା ଦେଶର ପ୍ରଶଂସକ ନିଜ ଖେଳାଳିଙ୍କୁ ଖେଳୁଥିବାର ଦେଖିବା ଲାଗି କିଛି ବି କରି ପାରିବେ। ସାଉଦି ଆରବର ଜଣେ ଫୁଟବଲ୍‌ ପ୍ରେମୀ ଏହା ପ୍ରମାଣ କରି ଦେଖାଇଛନ୍ତି। ସାଇକେଲରେ ଦୀର୍ଘ ୫, ୧୪୫ କିଲୋମିଟର ଯାତ୍ରା କରି ସେ ସାଉଦି ଆରବ-ରୁଷିଆ ଉଦଘାଟନୀ ମ୍ୟାଚ୍‌ ଦେଖିବା ଲାଗି ମସ୍କୋରେ ପହଞ୍ଚିଛନ୍ତି। ଫହଦ ଅଲ ୟାହୟା ନାମକ ଏହି ପାଗଳ ପ୍ରଶଂସକ ଗୁରୁବାର ଲୁଝ୍‌ନିକି ଷ୍ଟାଡିୟମରେ ଉପସ୍ଥିତ ରହି ନିଜ ଦଳକୁ ଉତ୍ସାହିତ ମଧ୍ୟ କରିଥିଲେ। ତେବେ ମସ୍କୋ ପହଞ୍ଚିବା ଲାଗି ତାଙ୍କୁ ମୋଟ ୭୫ ଦିନ ଲାଗିଥିଲା। ହାତରେ ନିଜ ଦେଶର ଜାତୀୟ ପାତାକା ଧରି ଚାରିଟି ଦେଶ ପାର କରି ମସ୍କୋରେ ପହଞ୍ଚିବା ପରେ ସେ ଏକ ପ୍ରକାର ଆତ୍ମହରା ହୋଇ ଯାଇଥିଲେ। ୨୮ ବର୍ଷୀୟ ଏହି ପ୍ରଶଂସକଙ୍କ ମନସ୍କାମନା ଅବଶ୍ୟ ଶେଷରେ ପୂରଣ ହୋଇଥିଲା। ସେ ସାଉଦି ଆରବକୁ ବିଶ୍ୱକପ୍‌ ଖେଳୁଥିବା ସ୍ୱଚକ୍ଷୁରେ ଦେଖିଥିଲେ। ହେଲେ ଦୁର୍ଭଗ୍ୟଜନକ ଭାବେ ତାଙ୍କ ଦଳ ହାରି ଯାଇଥିଲା।

ସମ୍ବନ୍ଧିତ ଖବର