ରାଞ୍ଚି: ଝାଡ଼ଖଣ୍ଡର ୩୪ ବର୍ଷୀୟ ବ୍ୟାଟର୍‌ ସୌରଭ ତିୱାରୀ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଆସନ୍ତା ୧୫ ତାରିଖରେ ଜାମସେଦପୁରରେ ରାଜସ୍ଥାନ ବିପକ୍ଷରେ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ ବୋଲି ତିୱାରୀ ଘୋଷଣା କରିଛନ୍ତି। ଚଳିତ ଋତୁରେ ସେ ୪ ରଣଜୀ ମ୍ୟାଚ୍‌ ଖେଳିଥିଲା‌ ବେଳେ ମଣିପୁର ବିପକ୍ଷରେ ୧୧୪* ରନ୍‌ର ଅପରାଜିତ ପାଳି ‌‌ଶ୍ରେଷ୍ଠ ଥିଲା। ବିରାଟ କୋହଲିଙ୍କ ନେତୃତ୍ବାଧୀନ ବିଜେତା ୧୯ ବର୍ଷରୁ କମ୍‌ ଭାରତୀୟ ଦଳରେ ତିୱାରୀ ଜଣେ ପ୍ରମୁଖ ଖେଳାଳି ଥିଲେ। ଧୋନିଙ୍କ ଭଳି ଲମ୍ବା ଚୁଟି ଓ ବଡ ସଟ୍‌ ମାରିବା ଦକ୍ଷତା ପାଇଁ ସେ ଜଣେ ହାର୍ଡ ହିଟର୍‌ ଭାବେ ପରିଚିତ ଥିଲେ। ଭାରତ ପାଇଁ ୨୦୧୦ରେ ସେ ଆନ୍ତର୍ଜାତିକ ପଦାର୍ପଣ କରିବା ସହିତ ୩ ଦିନିକିଆ ଖେଳିଛନ୍ତି।

Advertisment

ଆଇପିଏଲ୍‌ରେ ୨୦୦୮‌ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପଦାର୍ପଣ କରିଥିଲା ବେଳେ ଆର୍‌ସିବି, ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ କ୍ୟାପିଟାଲ୍ସ), ରାଇଜିଂ ପୁଣେ ସୁପର ଜାଏଣ୍ଟସ୍‌ ପାଇଁ ଖେଳିଛନ୍ତି। ୯୩ ଆଇପିଏଲ୍‌ ମ୍ୟାଚ୍‌ରୁ ୨୮.୭୩ ହାରରେ ୧୪୯୪ ରନ୍‌ ସଂଗ୍ରହ କରିଛନ୍ତି। ଏହାବ୍ୟତୀତ ଘରୋଇ କ୍ରିକେଟ୍‌ରେ ୧୧୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୮୦୩୦ ରନ୍‌ ଏବଂ ଲିଷ୍ଟ୍‌ ‘ଏ’ର ୧୧୬ ମ୍ୟାଚ୍‌ରୁ ୪୦୫୦ ରନ୍‌ ସଂଗ୍ରହ କରିଛନ୍ତି।