ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦: ପପୁଙ୍କ ଶ୍ରେଷ୍ଠ ପ୍ରଦର୍ଶନ ବେକାର; ଓଡ଼ିଶା ପୁଣି ହାରିଲା

କଟକ: ରଣଜୀ ଟ୍ରଫିରେ ଅଧିକ ସୁଯୋଗ ପାଇନଥିଲେ ବି ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ଯୁବ ବାମହାତୀ ସ୍ପିନର ପପୁ ରାଏ। ବିଜୟ ହଜାରେ ଦିନିକିଆ ପରେ ଟ୍ବେଣ୍ଟି-୨୦ ଫର୍ମାଟରେ ବି ପପୁ ପ୍ରଭାବୀ ପ୍ରଦର୍ଶନ ଦେଇଛନ୍ତି। ଏଠାରେ ଚାଲିଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଦ୍ବିତୀୟ ମ୍ୟାଚ୍‌ରେ ହରିଆଣା ବିପକ୍ଷରେ ପପୁ କଞ୍ଜୁସୀ ବୋଲି˚ କରିବା ସହ ନିଜର ୪ ଓଭର ମଧ୍ୟରେ ମାତ୍ର ୯ ରନ୍‌ ବ୍ୟାୟ କରିଥିଲା ବେଳେ ୩ ଵିକେଟ୍‌ ମଧ୍ୟ ଅକ୍ତିଆର କରିଥିଲେ। ତଥାପି ହରିଆଣା ଘରୋଇ ଦଳ ସମ୍ମୁଖରେ ୧୪୨ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ବେଳେ ଓଡ଼ିଶା ମାତ୍ର ୧୦ ରନ୍‌ ଦୂରରେ ରହିଯାଇଥିଲା। ଏଥି ସହିତ ପ୍ରଥମ ମ୍ୟାଚ୍‌ରେ ଛତିଶଗଡ଼ ନିକଟରୁ ୧୦ ୱିକେଟ୍‌ରେ ହାରିଥିବା ଓଡ଼ିଶା କ୍ରମାଗତ ଦ୍ବିତୀୟ ପରାଜୟ ବରଣ କରିଛି।

ଏହି ମ୍ୟାଚ୍‌ ପାଇଁ ସନ୍ଦୀପ ପଟ୍ଟନାୟକଙ୍କୁ ବିଶ୍ରାମ ଦିଆଯାଇ ଅରବିନ୍ଦ ସି˚ହଙ୍କୁ ନିଆଯାଇଥିଲା। ଟସ୍‌ ଜିତି ଓଡ଼ିଶା ‌କ୍ଷେତ୍ରରକ୍ଷଣ କରିଥିଲା। ସୂର୍ଯ୍ୟକାନ୍ତ ପ୍ରଧାନ ନିଜର ପ୍ରଥମ ଓଭରର ପ୍ରଥମ ବଲ୍‌ରେ ତ୍ରେୟସ୍କ ବାଲିଙ୍କୁ ଆଉଟ୍‌ କରି ଓଡ଼ିଶାକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ହେଲେ ଏହାପରଠୁ ହରିୟାଣାର ସମସ୍ତ ବ୍ୟାଟ୍ସମ୍ୟାନ ଛୋଟଛୋଟ ଭାଗୀଦାରି କରି ଦଳକୁ ୧୪୧ ରନ୍‌ରେ ପହଞ୍ଚାଇଥିଲେ। ଏହି ପାଳିରେ ପପୁ ୯ ରନ୍‌ରେ ୩ ଵିକେଟ ଅକ୍ତିଆର କରିଥିଲେ। ସେ ହିମା˚ଶୁ ରାଣା (୨୫), ପ୍ରମୋଦ ଚାନ୍ଦିଲା (୧୪) ଓ ରାହୁଲ ତେଵାଟିଆ (୧୩)ଙ୍କୁ ଶିକାର କରିଥିଲେ। ଖେଳଜୀବନ ମଧ୍ୟରେ ଏହା ହେଉଛି ତାଙ୍କର ଶ୍ରେଷ୍ଠ ବୋଲି˚ ପ୍ରଦର୍ଶନ। ତାଙ୍କ ବ୍ୟତୀତ ସୂର୍ଯ୍ୟକାନ୍ତ ପ୍ରଧାନ ୩, ରାଜେଶ ମହାନ୍ତି ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏଁ ଵିକେଟ ଅକ୍ତିଆର କରିଥିଲେ। ହେଲେ ୧୪୨ ରନ୍‌ର ଲକ୍ଷ୍ୟକୁ ପିଛା କରିବା ଓଡ଼ିଶା ପାଇଁ ସହଜ ହୋଇନଥିଲା। ପ୍ରାରମ୍ଭିକ ଯୋଡ଼ି ଅନୁରାଗ ଷଡ଼ଙ୍ଗୀ ଓ ରାଜେଶ ଧୂପର ପାଵାର ପ୍ଲେ’ର ଫାଇଦା ଉଠାଇପାରିନଥିଲେ। ୧୪ ବଲ୍‌ରୁ ମାତ୍ର ୪ ରନ୍‌ କରି ଧୂପର ଆଉଟ ହୋଇଥିଲେ। ଗୋବିନ୍ଦ ପୋଦ୍ଦାରଙ୍କ ସହ ଧୀରେଧୀରେ ଭାଗୀଦାରି ବଢାଇବାକୁ ଉଦ୍ୟମ କରୁଥିବା ବେଳେ ଅଜିତ ଚହଲଙ୍କ ବାଉନ୍ସରରେ ପରାସ୍ତ ହୋଇ ଅନୁରାଗ (୧୬) ଵିକେଟ୍‌ ରକ୍ଷକଙ୍କୁ କ୍ୟାଚ୍‌ ଦେଇଥିଲେ। ଶୁଭ୍ରା˚ଶୁ ମଧ୍ୟ ମାତ୍ର ୧ ଓ ପଛକୁ ପଛ ଗୋବିନ୍ଦ ୨୧ ରନ୍‌ କରି ଆଉଟ୍‌ ହୋଇଥିଲେ। ୫୧ ରନ୍‌ରେ ପ୍ରମୁଖ ୪ ଜଣ ଆଉଟ୍‌ ହେବାରୁ ଓଡ଼ିଶା ଚାପକୁ ଆସିଯାଇଥିଲା। ଏହାସତ୍ତ୍ବେ ବିପ୍ଲବ ସାମନ୍ତରାୟ ଓ ଅରବିନ୍ଦ ସି˚ହ ପଞ୍ଚମ ଵିକେଟ୍‌ରେ ଆକ୍ରମଣାତ୍ମକ ଖେଳି ମ୍ୟାଚ୍‌କୁ ରୋମାଞ୍ଚକର ସ୍ଥିତିରେ ପହଞ୍ଚାଇଥିଲେ। ୧୮ ତମ ଓଭରରେ ଅମିତ ମିଶ୍ରଙ୍କୁ ବିପ୍ଲବ ଦୁଇଟି ସିଧା ଛକା ମାରି ମ୍ୟାଚ୍‌କୁ ଓଡ଼ିଶା ପଟକୁ ଆଣିଥିଲେ। ଶେଷ ଓଭରରେ ଓଡ଼ିଶାକୁ ଜିତିବା ପାଇଁ ୧୩ ରନ୍‌ ଆବଶ୍ୟକ ହେଉଥିବା ବେଳେ ଦ୍ବିତୀୟ ବଲ୍‌ରେ ୨ ରନ୍‌ ନେଉଥିବା ବେଳେ ବୋଲର ଆଶିଷ ହୁଦାଙ୍କ ସହ ଧକ୍କା ହୋଇ ବିପ୍ଲବ (୪୮ ରନ୍‌, ୨୮ ବଲ୍‌, ୫ ଛକା) ତଳେ ପଡ଼ିଯାଇଥିଲେ। ଫଳରେ କ୍ରିଜ୍‌ରେ ପହଞ୍ଚିବା ବେଳକୁ ତାଙ୍କୁ ରନ୍‌ଆଉଟ୍‌ କରିଦିଆଯାଇଥିଲା। ନୂଆ ବ୍ୟାଟ୍ସମ୍ୟାନ ସର୍ବେଶ୍ବର ମହାନ୍ତି ଦୁଇଟି ବଲ୍‌ରୁ ୧ ରନ୍‌ କରିଥିଲା ବେଳେ ଶେଷ ଦୁଇ ବଲ୍‌ରେ ଅରବିନ୍ଦ ସି˚ହ (୩୪*, ୩୦ ବଲ୍‌, ୩ ଚୌକା, ୧ ଛକା) କିଛି କରିପାରିନଥିଲେ। ଫଳରେ ଓଡ଼ିଶା ୧୩୧ ରନ୍‌ରେ ଅଟକି ଯାଇଥିଲା।

ଗୋବିନ୍ଦ, ସର୍ବେଶ୍ବର ବିଦା
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ପରବର୍ତ୍ତୀ ତିନିଟି ମ୍ୟାଚ୍‌ ପାଇଁ ଓଡ଼ିଶା ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଖରାପ ପ୍ରଦର୍ଶନ କରିଥିବା ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଓ ନବାଗତ ସର୍ବେଶ୍ବର ମହାନ୍ତିଙ୍କୁ ବାଦ୍‌ ଦିଆଯାଇଥିଲା ବେଳେ ସେମାନଙ୍କ ସ୍ଥାନରେ ଶାନ୍ତନୁ ମିଶ୍ର ଓ ପ୍ରୟାସ କୁମାର ସି˚ହଙ୍କୁ ସାମିଲ କରାଯାଇଛି। ଆସନ୍ତା ୨୪ ତାରିଖରେ ମିଜୋରାମ, ୨୫ ତାରିଖରେ ଅରୁଣାଚଳ ପ୍ରଦେଶ ଓ ୨୭ ତା ରିଖରେ ଆସାମ ବିପକ୍ଷରେ ଓଡ଼ିଶା ମ୍ୟାଚ୍‌ ଖେଳିବ। ଏଥିପୂର୍ବରୁ ଓଡ଼ିଶା ଖେଳିଥିବା ଦୁଇଟି ମ୍ୟାଚ୍‌ରେ ପରାଜିତ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ଛତିଶଗଡ଼ ୧୦ ଵିକେଟରେ ଏବ˚ ଦ୍ବିତୀୟ ମ୍ୟାଚ୍‌ରେ ହରିୟାଣା ୧୦ ରନ୍‌ରେ ଓଡ଼ିଶାକୁ ହରାଇଥିଲା।

ସମ୍ବନ୍ଧିତ ଖବର