ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦: ଶୁଭ୍ରା˚ଶୁଙ୍କ ଅର୍ଧଶତକ ବେକାର, ଓଡ଼ିଶା ପରାସ୍ତ

କଟକ: ଗୁରୁବାରଠୁ ଏଠାରେ ଆରମ୍ଭ ହୋଇଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦ କ୍ରିକେଟ୍‌ର ପ୍ରଥମ ଦିନ ଘରୋଇ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହେବା ପରେ ଶୁଭ୍ରା˚ଶୁ ସେନାପତି ଓ ରାଜେଶ ମହାନ୍ତିଙ୍କ ବିଳମ୍ବିତ ଭାଗୀଦାରି ଓଡ଼ିଶାର ସମ୍ମାନ ରଖିଥିଲା। କିନ୍ତୁ ବୋଲର ଓ କ୍ଷେତ୍ରରକ୍ଷକଙ୍କ ଏକାଧିକ ତ୍ରୁଟି ଯୋଗୁଁ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଓଡ଼ିଶାକୁ ୧୦ ଵିକେଟ୍‌ରେ ଛତିଶଗଡ଼ ହରାଇଲା। ଶୁକ୍ରବାର ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ରେ ହରିଆଣାକୁ ଭେଟିବ।

ଏହି ମ୍ୟାଚରେ ଟସ୍‌ ଜିତି ଛତିଶଗଡ଼ ବ୍ୟାଟି˚ କରିଥିଲା। ଓଡ଼ିଶା ପାଇଁ ସର୍ବେଶ୍ବର ମହାନ୍ତି ପଦାର୍ପଣ କରିଥିଲେ। ପାଳି ଶେଷ ହେବାର ୨ ବଲ୍‌ ପୂର୍ବରୁ ଓଡ଼ିଶା ୧୩୭ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ସନ୍ଦୀପ ପଟ୍ଟନାୟକ ଓ ଅନୁରାଗ ଷଡ଼ଙ୍ଗୀ ଘରୋଇ ଦଳ ପାଇଁ ପାଳି ଆରମ୍ଭ କରିଥିଲେ। କିନ୍ତୁ ତୃତୀୟ ଓଭର ବେଳକୁ ଅନୁରାଗ (୧୫ ରନ୍‌) ପଙ୍କଜ ରାଓଙ୍କ ଦ୍ବାରା ଆଉଟ ହୋଇଥିଲେ। ଏହାପରଠୁ ଓଡ଼ିଶା ବିପର୍ଯ୍ୟୟର ଶିକାର ହୋଇଥିଲା ବେଳେ ୭୫ ରନ୍‌ ମଧ୍ୟରେ ୮ ଵିକେଟ ହରାଇ ସଂକଟରେ ପଡ଼ିଥିଲା। ଚତୁର୍ଥ ସ୍ଥାନରେ ଆସିଥିବା ଅଧିନାୟକ ଶୁଭ୍ରା˚ଶୁ ଏକାକି ସ˚ଘର୍ଷ କରୁଥିବା ବେଳେ ନିମ୍ନକ୍ରମରେ ରାଜେଶ ମହାନ୍ତି ତାଙ୍କ ସହିତ ଉପଯୋଗୀ ଭାଗୀଦାରି କରିଥିଲେ। ଉଭୟ ନବମ ଵିକେଟରେ ୩୯ ରନ୍‌ ଯୋଡ଼ିଥିଲେ। ଟ୍ବେଣ୍ଟି-୨୦ରେ ପ୍ରଥମ ଅର୍ଧଶତକ ଅର୍ଜନ କରିବା ପରେ ଶୁଭ୍ରା˚ଶୁ ଆଉଟ ହୋଇଯାଇଥିଲେ। ଆଉଟ ହେବା ବେଳକୁ ସେ ୩୭ ବଲ୍‌ରୁ ୬ ଚୌକା ଓ ୧ ଛକା ସହାୟତାରେ ୫୧ ରନ୍‌ କରିଥିଲେ। ଅନ୍ୟପଟରେ ଦ୍ରୁତ ଖେଳୁଥିବା ରାଜେଶ ମହାନ୍ତି ୨୪ ବଲ୍‌ରୁ ୩ ଚୌକା ଓ ୨ ଛକା ସହାୟତାରେ ୩୬ ରନ୍‌ କରିଥିଲା ବେଳେ ଶେଷ ଵିକେଟ୍‌ ଭାବେ ଆଉଟ ହୋଇଥିଲେ। ବିଶେଷକରି ନିର୍ଭରଯୋଗ୍ୟ ବିପ୍ଲବ ସାମନ୍ତରାୟ (୧), ଗୋବିନ୍ଦ ‌ପୋଦାର (୩) ଓ ଅନୁରାଗ (୮) ସଂପୂର୍ଣ୍ଣ ନିରାଶ କରିଥିଲେ। ଏପରିକି ୭ ଜଣ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଐଶ୍ବର୍ଯ୍ୟ ମର୍ଯ୍ୟ ୩, ପଙ୍କଜ ରାଓ ଓ ସକିବ ଅହମ୍ମଦ ୨ଟି ଲେଖାଏଁ ଵିକେଟ ପାଇଥିଲେ। ୧୩୮ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଛତିଶଗଡ଼ ଆରମ୍ଭରୁ ଓଡ଼ିଶା ବୋଲରଙ୍କୁ ପ୍ରହାର କରିଥିଲା। ଏଥିସହିତ ପ୍ରାୟ ୫ଟି କ୍ୟାଚ୍‌ ହାତଛଡ଼ା ହେବା ଓଡ଼ିଶା ପାଇଁ ମହଙ୍ଗା ପଡ଼ିଥିଲା। ଫଳରେ ରିଶଭ ତିଵାରୀ (୭୧*) ଓ ଶଶାଙ୍କ ଚନ୍ଦ୍ରକର (୫୭*)ଙ୍କ ଅବିଭାଜିତ ଭାଗୀଦାରି ଓଡ଼ିଶାକୁ ୧୭ତମ ଓଭରରେ ପରାଜିତ କରିବାରେ ଯଥେଷ୍ଟ ଥିଲା।

ସମ୍ବନ୍ଧିତ ଖବର