ଭୁବନେଶ୍ୱର: ରାଞ୍ଚି ଆନ୍ତର୍ଜାତିକ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପୂର୍ବାଞ୍ଚଳର ଏକ ମ୍ୟାଚ୍ରେ ଆୟୋଜକ ଝାଡ଼ଖଣ୍ଡ ୮ ଓ୍ଵିକେଟ୍ରେ ଓଡ଼ିଶାକୁ ପରାସ୍ତ କରିଦେଇଛି। ପରାଜୟ ସହ ଓଡ଼ିଶାର ଅଭିଯାନ ମଧ୍ୟ ଶେଷ ହୋଇଯାଇଛି। ପ୍ରତିଯୋଗିତାରେ ଆସାମ ଓ ତ୍ରିପୁରାକୁ ପରାସ୍ତ କରିଥିବା ଓଡ଼ିଶା ବେଙ୍ଗଲ ଓ ଝାଡ଼ଖଣ୍ଡଠୁ ହାରିଯାଇଛି।
ମଙ୍ଗଳବାର ଟସ୍ ଜିତି ବ୍ୟାଟିଂ ନେଇଥିବା ଓଡ଼ିଶା ୧୯.୪ ଓଭରରେ ୧୨୩ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା। ପୂର୍ବ ମ୍ୟାଚ୍ରେ ଦ୍ରୁତ ଅର୍ଧଶତକ ହାସଲ କରିଥିବା ଗୋବିନ୍ଦ ପୋଦାର ଝାଡ଼ଖଣ୍ଡ ବିପକ୍ଷରେ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ। ସେ ୪୨ ବଲ୍ରୁ ୫ ଚୌକା ଓ ୪ ଛକା ଜରିଆରେ ୬୪ ରନ୍ କରିଥିଲା ବେଳେ ଅନୁରାଗ ସାମଲ (୧୪) ଓ ଶୁଭ୍ରାଂଶୁ ସେନାପତି (୧୨) ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍ ଅବଦାନ ରଖିଥିଲେ। ହେଲେ ରାଜେଶ ଧୂପର (୩), ବିପ୍ଲବ ସାମନ୍ତରାୟ (୮), ପ୍ରୟାସ ସିଂହ (୪), ଅରବିନ୍ଦ ସିଂହ (୪), ଅଭିଷେକ ରାଉତ (୮), ସୂର୍ଯ୍ୟକାନ୍ତ ପ୍ରଧାନ (୧) ନିରାଶ କରିଥିଲେ। ଝାଡ଼ଖଣ୍ଡ ପକ୍ଷରୁ ସଫଳ ବୋଲର ଭାବେ ମୋନୁ କୁମାର ୪, ଜସ୍କରଣ ଓ ଅତୁଲ ସିଂହ ସୁର୍ଓ୍ଵାର ୨ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
ଜବାବରେ ଈଶାନ୍ କିଷନ୍ (୫୧ ରନ୍, ୩୮ ବଲ୍, ୫ ଚୌକା, ୩ ଛକା)ଙ୍କ ଅର୍ଧଶତକ ସାଙ୍ଗକୁ ଈଶାଙ୍କ ଜାଗୀ ୪୦ (ରିଟାୟର୍ଡ ହର୍ଟ), ବିରାଟ ସିଂହଙ୍କ ୧୧, ସୌରଭ ତିଓ୍ଵାରୀ (୧୦*) ଓ କୁମାର ଦେବବ୍ରତ (୧୫*)ଙ୍କ ବଳରେ ଛାଡ଼ଖଣ୍ଡ ୧୬.୪ ଓଭରରେ ମାତ୍ର ୨ ଓ୍ଵିକେଟ୍ ହରାଇ ୧୨୯ ରନ୍ କରି ସହଜରେ ମ୍ୟାଚ୍ ଜିତି ନେଇଥିଲା। ଇଶାନ୍ ଓ ଈଶାଙ୍କ ଦ୍ୱିତୀୟ ଓ୍ଵିକେଟ୍ରେ ୮ ଓଭରରେ ୮୪ ରନ୍ ଯୋଡ଼ି ଓଡ଼ିଶାକୁ ପରାଜୟ ପାଇଁ ବାଧ୍ୟ କରିଥିଲେ।
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି:ଝାଡ଼ଖଣ୍ଡଠୁ ୮ ଓ୍ଵିକେଟ୍ରେ ହାରିଲା ଓଡ଼ିଶା
ଗୋବିନ୍ଦଙ୍କ ଅର୍ଧଶତକ ଫିକା
/sambad/media/post_attachments/wp-content/uploads/2018/01/Cricket_World_Cup-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)