ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି:ଓଡ଼ିଶାର ଦ୍ବିତୀୟ ବିଜୟ

କଟକ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡ଼ିଶା ଦ୍ବିତୀୟ ବିଜୟ ପାଇଛି। ପ୍ରଥମ ଦୁଇଟି ମ୍ୟାଚ୍‌ ଯଥାକ୍ରମେ ଛତିଶଗଡ଼ ଓ ହରିଆଣା ନିକଟରୁ ହାରିଯିବା ପରେ ରବିବାର ମିଜୋରାମ ବିପକ୍ଷରେ ପ୍ରଥମ ବିଜୟ ପାଇଥିଲା ଓଡ଼ିଶା। ଏହାପରେ ବାରବାଟୀ ଷ୍ଟାଡିୟମରେ ସୋମବାର ଘରୋଇ ଦଳ ଖେଳିଥିବା ଚତୁର୍ଥ ମ୍ୟାଚ୍‌ରେ ଅରୁଣାଚଳ ପ୍ରଦେଶକୁ ୮ ଵିକେଟରେ ପରାସ୍ତ କରିଛି। ଅରୁଣାଚଳ ଟସ୍‌ ଜିତି ବ୍ୟାଟି˚ କରିଥିଲା ବେଳେ ଓଡ଼ିଶା ପେସ୍‌ ଆକ୍ରମଣର ସାମ୍ନା କରିବାରେ ବିଫଳ ହୋଇଥିଲା। ନିୟମିତ ଅନ୍ତରାଳରେ ଵିକେଟ ହରାଇ ଅତିଥି ଦଳ ୭୫ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଦେବବ୍ରତ ପ୍ରଧାନ ୩, ରାଜେଶ ମହାନ୍ତି ଓ ବିପ୍ଲବ ସାମନ୍ତରାୟ ୨ ଲେଖାଏଁ, ସୂର୍ଯ୍ୟକାନ୍ତ ପ୍ରଧାନ, ଅଭିଷେକ ରାଉତ ଗୋଟିଏ ଲେଖାଏଁ ଵିକେଟ୍‌ ପାଇଥିଲେ। ୭୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଓଡ଼ିଶା ଆରମ୍ଭରୁ ଅନୁରାଗ ଷଡ଼ଙ୍ଗୀ (୧) ଓ ରାଜେଶ ଧୂପର (୫)ଙ୍କ ଵିକେଟ ହରାଇଥିଲା। ତେବେ ଅଭିଷେକ ରାଉତ ଓ ସନ୍ଦୀପ ପଟ୍ଟନାୟକ ଅପରାଜିତ ରହି ଅବିଭାଜିତ ତୃତୀୟ ଵିକେଟ୍‌ରେ ୬୫ ରନ୍ ଯୋଡ଼ିଥିଲେ। ଅଭିଷେକ ୪୩ ବଲ୍‌ରୁ ୬ ଚୌକା ଓ ୧ ଛକା ସହାୟତାରେ ୪୧* ଓ ସନ୍ଦୀପ ୨୩ ବଲ୍‌ରୁ ୪ ଚୌକା ସହାୟତାରେ ୨୮* ରନ୍‌ କରି ଓଡ଼ିଶାକୁ ୧୩.୧ ଓଭରରେ ବିଜୟ ଭେଟି ଦେଇଥିଲେ। ଓଡ଼ିଶାର ଦୁଇଟିଯାକ ୱିକେଟ୍‌ ଏ ସାହାଣି ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର