ସାୟାମୀ ଆଇପିଏଲ୍‌ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ସାୟାମୀ ଖେର ନିଜକୁ ସଜ୍ଜିତ କରି ୟୁଏଇରେ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ପୂରା ପ୍ରସ୍ତୁତ ବୋଲି ଆଭାସ ଦେଇଛନ୍ତି। ତାଙ୍କ ମନ ଭିତରେ ଏବେ କେବଳ ଆଇପିଏଲ୍‌ ରହିଛି ବୋଲି ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଅପ୍‌ଲୋଡ୍‌ କରିଛନ୍ତି। ସେହି ଭିଡିଓରେ ‘‘ମୁଁ ପୂରା ସଜ୍ଜିତ ହୋଇଯାଇଛି ଏବଂ ଉତ୍କଣ୍ଠାପୂର୍ଣ୍ଣ କ୍ରିକେଟ୍‌ର ମଜା ନେବାକୁ ପ୍ରସ୍ତୁତ। ଆଉ ମାତ୍ର ୫ ଦିନ ବାକି। କ୍ରିକେଟ୍‌ ପାଇଁ ଅତି ଆବଶ୍ୟକତା ଦୃଷ୍ଟିରୁ ଲକ୍‌ଡାଉନ୍‌ ମୋତେ ଛାଡ଼ିଦେଇଛି’’ ବୋଲି କହିଛନ୍ତି ସାୟାମୀ।

ସାୟାମୀ କ୍ରିକେଟ୍‌ର ଜଣେ ବଡ଼ ପ୍ରଶଂସକ। ପୂର୍ବରୁ ସେ ଅନେକବାର କ୍ରିକେଟ୍‌ ଖେଳୁଥିବାର ଭିଡିଓ ମଧ୍ୟ ପୋଷ୍ଟ୍‌ କରିଥିଲେ। ଏବେ ୟୁଏଇ ଆଇପିଏଲ୍‌ ପୂର୍ବରୁ ସେ ମଧ୍ୟ ଜଣେ ପେସାଦାର ବ୍ୟାଟ୍‌ସମ୍ୟାନ୍‌ଙ୍କ ଫିଟ୍‌ନେସ୍‌ ଭଳି ଷ୍ଟ୍ରେଟ୍‌ ଡ୍ରାଇଭ୍‌ ମାରୁଥିବା ଏବଂ ପୁଲ୍‌ ଲେଙ୍ଗ୍‌ଥ ବଲ୍‌କୁ ଫ୍ଲିକ୍‌ କରୁଥିବା ସେହି ଭିଡିଓରେ ଦେଖିବାକୁ ମିଳିବ। କ୍ରିକେଟ୍‌ରେ ସଚିନ୍‌ ତେନ୍ଦୁଲକରଙ୍କ ନିଷ୍ଠାର ଜଣେ ଭକ୍ତ ସାୟାମୀ ରେଡିଫ୍‌ ଡଟ୍‌ କମ୍‌ ପାଇଁ ‘ସଚିନ୍‌ ଏ ବିଲିୟନ୍‌ ଡ୍ରିମ୍‌ସ’ର ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର