ନୂଆଦିଲ୍ଲୀ: ୫ ବର୍ଷ ତଳେ ଅର୍ଥାତ୍ ୨୦୧୩ରେ ହୋଇଥିବା ଆଇପିଏଲ୍ ସ୍ପଟ୍ ଫିକ୍ସି ମାମଲାରେ ଛନ୍ଦିହୋଇ ବିସିସିଆଇ ଦ୍ୱାରା ଅଜୀବନ ବାସନ୍ଦ ହୋଇଥିବା କେରଳୀ ଦ୍ରୁତ ବୋଲର ଏସ୍ ଶ୍ରୀଶାନ୍ତ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉଚ୍ଚତମ ନ୍ୟାୟାଳୟରେ ଏକ ପିଟିସନ ଦାୟର କରି ବିସିସିଆଇ ବେଆଇନ ଭାବେ ତାଙ୍କୁ ଏଭଳି ଦଣ୍ଡ ଦେଇଥିବା ଶ୍ରୀଶାନ୍ତ ଦାବି କରିଛନ୍ତି। ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ତାଙ୍କ ପିଟିସନକୁ ଗ୍ରହଣ କରିବା ସହ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ବିସିସିଆଇକୁ ନିର୍ଦେଶ ଦେଇଛନ୍ତି। ଗତବର୍ଷ ଅକ୍ଟୋବରରେ ସମସ୍ତ କ୍ରିକେଟ୍ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ କେରଳ ଉଚ୍ଚ ନ୍ୟାୟାଳୟ ଶ୍ରୀଶାନ୍ତଙ୍କୁ ନିର୍ଦେଶ ଦେଇଥିଲେ। ଏହା ବିରୋଧରେ ସେ ଉଚ୍ଚତମ ନ୍ୟାୟାଳୟକୁ ଯାଇ ବିସିସିଆଇକୁ ପକ୍ଷ କରିଛନ୍ତି। ୨୦୧୩ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଦଳ ପକ୍ଷରୁ ଖେଳୁଥିଲା ବେଳେ ଶ୍ରୀଶାନ୍ତଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଆସିଥିଲା। ଫଳରେ ବିସିସିଆଇ ତାଙ୍କୁ ଆଜୀବନ ବାସନ୍ଦ କରି ଦେଇଥିଲା। କେରଳ ଉଚ୍ଚ ନ୍ୟାୟାଳୟଙ୍କ ଜଣିକିଆ ଖଣ୍ଡପୀଠ ତାଙ୍କ ଉପରୁ ବାସନ୍ଦାଦେଶ ଉଠାଇ ଦେଇଥିଲା। ହେଲେ ପରେ ଏକ ବିଭାଜିତ ଖଣ୍ଡପୀଠ ବିସିସିଆଇ ଜାରି କରିଥିବା ଆଜୀବନ ବାସନ୍ଦାଦେଶକୁ କାୟମ ରଖିବା ସହ ବିସିସିଆଇ ଅନ୍ୟାୟ କରି ନାହିଁ ବୋଲି ରାୟ ଦେଇଥିଲା।
ବିସିସିଆଇକୁ ଉଚ୍ଚତମ ନ୍ୟାୟାଳୟ ନୋଟିସ୍
ଶ୍ରୀଶାନ୍ତ ଆଜୀବନ ବାସନ୍ଦ
/sambad/media/post_attachments/wp-content/uploads/2018/02/sreesanth-aksar-2-759.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)