ସ୍କେଟିଂ କୀର୍ତିମାନ ପ୍ରୟାସରେ ଓଡ଼ିଶା ସାମିଲ

ଭୁବନେଶ୍ୱର: ଦେଶବ୍ୟାପୀ ଏକକାଳୀନ ସର୍ବାଧିକ ସଂଖ୍ୟକ ଖେଳାଳି ସ୍କେଟିଂ କରି ନୂଆ କୀର୍ତିମାନ ପ୍ରୟାସ ଲାଗି ହୋଇଥିବା ପ୍ରୟାସରେ ଓଡ଼ିଶା ବି ସାମିଲ ହୋଇଛି। ଓଡ଼ିଶା ରୋଲର ସ୍କେଟିଂ ସଂଘ ଏବଂ ଓଡ଼ିଶା ରୋଲ୍‌ ବଲ୍‌ ସଂଘ ଆନୁକୂଲ୍ୟରେ ପିଏସ୍‌ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ଏହି ଅଭିଯାନରେ ଭୁବନେଶ୍ୱର ଓ କଟକରେ ଶତାଧିକ ପିଲା ସ୍କେଟିଂ କରିଥିଲେ। ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମ୍‌ରେ ଏବଂ କଟକ ଡେକାଥଲନ ପରିସରରେ ଏହା ଆୟୋଜିତ ହୋଇଥିଲା। ଏହା ଛଡ଼ା ଅନୁଗୁଳ, ଭଦ୍ରକ, ଖୋର୍ଧାରେ ମଧ୍ୟ ସମାନ ଧରଣର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏସବୁର ଭିଡିଓ ତଦାରଖ କରାଯିବା ପରେ ଅନ୍ତର୍ଜାତୀୟ ବୁକ୍‌ ଅଫ୍‌ ରେକର୍ଡସରେ ଏହା ସ୍ଥାନ ପାଇବ କି ନାଁ ଘୋଷଣା କରାଯିବ ବୋଲି ଓଡ଼ିଶା ରୋଲ୍‌ ବଲ୍‌ ସଂଘ ସମ୍ପାଦକ ପାର୍ଥ ସାରଥୀ ଜେନା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର