ସ୍କୁଲ୍‌ ଚେସ୍‌, ହର୍ଷିତ ବିଜେତା

ଭୁବନେଶ୍ବର: ପ୍ରଥମ ରାଜ୍ୟ ବିଦ୍ୟାଳୟ ଓପନ୍ ଚେସ୍ ପ୍ରତିଯୋଗିତା ରବିବାର ଶେଷ ହୋଇଛି। କଟକ ଓଲ୍ଡ ଷ୍ଟୁଆର୍ଟର ହର୍ଷିତ ସାହୁ ୭ ରାଉଣ୍ଡରୁ ୭ ପଏଣ୍ଟ୍ ସହିତ ବିଜେତା ହୋଇଛନ୍ତି। ଡିପିଏସ୍ କଳିଙ୍ଗାର କୀର୍ତି ଅନୁରାଗ ପ୍ରତିହାରୀ ଏବଂ ସରସ୍ବତୀ ବିଦ୍ୟାମନ୍ଦିରର ଦୀପ୍ତିମୟୀ ସାହୁ (ଉଭୟ ୬ ପଏଣ୍ଟ) ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଦଖଲ କରିଛନ୍ତି। ସିଦ୍ଧାର୍ଥ ଭୂୟାଁ (୫.୫), ଅଞ୍ଜଳି ମିଶ୍ର, ଅଭିଜ୍ଞାନ ମହାନ୍ତି, ସେକ୍ ଇଜାଜ ଅହମ୍ମଦ, ନିଖିଲ ସାହୁ, ଆୟୂଷ ଆର୍ଯ୍ୟନ ମହାପାତ୍ର, ଓମ୍ ପ୍ରକାଶ ଗଡ଼ନାଏକ, ସିଦ୍ଧାର୍ଥ ମିଶ୍ର, ତନ୍ମୟ ତଲିନ ବେହେରା, ଆଂଶିତା ପଟ୍ଟନାୟକ, ଅବିନାଶ ଆଚାର୍ଯ୍ୟ, ସିୟମ ସତ୍ୟାଂଶ (ପ୍ରତ୍ୟେକ ୫ ପଏଣ୍ଟ) ଯଥାକ୍ରମେ ଚତୁର୍ଥରୁ ୧୫ତମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ବିଭିନ୍ନ ବୟସ ବର୍ଗରେ ଅଭିଜିତ ବିଶ୍ବାଳ, ଲଳିତ କୁମାର ସାହୁ, ତନୁଶ ସାହୁ, ଓମ୍ ଆଦିତ୍ୟ ଖାଡ଼ଙ୍ଗା ଶ୍ରେଷ୍ଠ ବିବେଚିତ ହୋଇଥିଲେ। ବାଳିକାରେ ନମଶ୍ୟ ନଳିନୀ ଏବଂ ସନ୍ତ୍ବନାମୂଳକ ପୁରସ୍କାର ରୋନକ ତୟାଲ ପାଇଥିଲେ। ମୁଖ୍ୟ ଆର୍ବିଟର ଦେବାଶିଷ ପାଣିଗ୍ରାହୀ ଏହାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର