ଭୁବନେଶ୍ବର: ଅଯୋଧ୍ୟାରେ ଆୟୋଜିତ ୧୭ବର୍ଷରୁ କମ୍ ସ୍କୁଲ୍ ଗେମ୍ସ ଖୋ ଖୋ ପ୍ରତିଯୋଗିତାରେ ଓଡ଼ିଶା ତୃତୀୟ ସ୍ଥାନ ଅଧିକାର କରିଛି। ମଙ୍ଗଳବାର ତୃତୀୟ/ଚତୁର୍ଥ ସ୍ଥାନ ମ୍ୟାଚ୍‌ରେ ଉତ୍ତରପ୍ରଦେଶକୁ ୧୧-୧ରେ ହରାଇ ଓଡ଼ିଶା ଏହି ସଫଳତା ଲାଭ କରିଛି। ଏହା ପୂର୍ବରୁ ଓଡ଼ିଶା ନିଜ ପୁଲ୍‌ର ବିଜେତା ଭାବେ ପ୍ରି-କ୍ବାର୍ଟର ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା।

Advertisment

ସେଠାରେ ଛତିଶଗଡ଼କୁ ୫-୩ରେ ପରାସ୍ତ କରି କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲା। ସେହିଭଳି କ୍ବାର୍ଟର ଫାଇନାଲ୍‌ରେ ହରିୟାଣାକୁ ୬-୩ରେ ପରାସ୍ତ କରି ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନକରିଥିଲା। ସେମିଫାଇନାଲ୍‌ରେ କିନ୍ତୁ ମହାରାଷ୍ଟ୍ରଠାରୁ ୨-୩ରେ ହାରିଯାଇଥିଲା। ଫଳରେ ତୃତୀୟ/ଚତୁର୍ଥ ସ୍ଥାନ ମ୍ୟାଚ୍ ଖେଳିଥିଲା।