ବିଦ୍ୟାଳୟସ୍ତରୀୟ କ୍ରିକେଟ୍‌: ବାଲେଶ୍ୱର, ଭୁବନେଶ୍ୱର, ବରଗଡ଼, କଟକ ବିଜୟୀ

ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟସ୍ତରୀୟ କ୍ରିକେଟ୍‌ ପ୍ରତିଯୋଗିତା ସୋମବାର ଭୁବନେଶ୍ୱରର ୩ ପଡ଼ିଆରେ ୬ ମ୍ୟାଚ୍‌ ଖେଳାଯାଇଛି। ଏଥିରେ ବାଲେଶ୍ୱର, ଭୁବନେଶ୍ୱର, ବରଗଡ଼, କଟକ ନିଜ ମ୍ୟାଚ୍‌ ଜିତିନେଇଛନ୍ତି। ଏଜି କଲୋନି ପଡ଼ିଆରେ ୨ ମ୍ୟାଚ୍‌ରେ ବାଲେଶ୍ୱର ସୁୁନ୍ଦରଗଡ଼କୁ ୪ ଓ୍ଵିକେଟ୍‌ରେ ଏବଂ କେଉଁଝରକୁ ୫୮ ରନ୍‌ରେ ପରାସ୍ତ କରିଥିଲା। କ୍ୟାପିଟାଲ ବାଳିକା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଭୁବନେଶ୍ୱର ୯ ଓ୍ଵିକେଟ୍‌ରେ ନବରଙ୍ଗପୁରକୁ ଏବଂ ବରଗଡ଼ ୧୪ ରନ୍‌ରେ ଭଦ୍ରକକୁ ପରାସ୍ତ କରିଥିଲା। ଓଲଡ୍‌ ଟାଉନ୍‌ସ୍ଥିତ ବିଏମ୍‌ ଉଚ୍ଚବିଦ୍ୟାଳୟ ପଡ଼ିଆରେ କଟକ ୩୮ ରନ୍‌ରେ ଝରସୁଗୁଡ଼ାକୁ ଏବଂ ମୟୂରଭଞ୍ଜକୁ ୯୯ ରନ୍‌ରେ ହରାଇଥିଲା।

ସମ୍ବନ୍ଧିତ ଖବର