ମୁମ୍ବାଇ: ମୁମ୍ବାଇର ତନିସ୍କ ଗଭାତେ କ୍ରିକେଟ୍ର ନୂଆ ବିସ୍ମୟ ବାଳକ ଭାବେ ଉଭା ହୋଇଛନ୍ତି। ଏକ ବିଦ୍ୟାଳୟ ସ୍ତରୀୟ ମ୍ୟାଚ୍ରେ ୧୦୪୫ ରନ୍ର ଅପରାଜିତ ଏବଂ ଅବିଶ୍ୱସନୀୟ ପାଳି ଖେଳି ୧୪ ବର୍ଷୀୟ ତନିସ୍କ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଏହି ମାରାଥନ ପାଳି ସେ ଦୁଇ ଦିନର ଅବଧିରେ ଖେଳିଥିଲେ। ନଭି ମୁମ୍ବାଇର କୋପରଖାଇର୍ନେରେ ଥିବା ଯଶବନ୍ତ ରାଓ ଚଭନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପଡ଼ିଆରେ ଖେଳିଥିବା ଏହି କୀର୍ତ୍ତିମାନଭରା ପାଳିରେ କନିସ୍କ ୧୪୯ ଚୌକା ଏବଂ ୬୭ ଛକା ମାରିଥିଲେ। ସବୁଠାରୁ ବଡ଼ କଥା ହେଲା ସେ ପଢ଼ୁଥିବା ଯଶବନ୍ତ ରାଓ ଚଭନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବିପକ୍ଷରେ ହିଁ ଏହି ସ୍ମରଣୀୟ ପାଳି ଖେଳିଥିଲେ। ନଭି ମୁମ୍ବାଇ ସିଲ୍ଡ ୧୪ ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲରେ ଯଶବନ୍ତ ରାଓ ଚଭନ ଦଳ ବିପକ୍ଷରେ ଖେଳି ତନିସ୍କ ଏଭଳି କୀର୍ତ୍ତିମାନ କରିବା ତାଙ୍କ ପ୍ରଶିକ୍ଷକ ମନୀଷଙ୍କୁ ବେଶ୍ ଆନନ୍ଦ ଦେଇଛି। ହେଲେ ଏହି ପ୍ରତିଯୋଗିତାକୁ ସ୍ୱୀକୃତି ମିଳି ନଥିବା ମୁମ୍ବାଇ କ୍ରିକେଟ୍ ସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ବିଦ୍ୟାଳୟ କ୍ରୀଡ଼ାରେ ୧୦୪୫*
ବିସ୍ମୟ କ୍ରିକେଟ୍ ବାଳକ ତନିସ୍କ
/sambad/media/post_attachments/wp-content/uploads/2018/02/8-Tanishq-Gavate’s-right-mammoth-innings-was-laced-with-149-boundaries-and-67-sixes..jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)