ଲଣ୍ଡନ: ବର୍ଣ୍ଣବୈଷମ୍ୟ ଅଭିଯୋଗର ତଦନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ସ୍କଟ୍ଲାଣ୍ଡ୍ କ୍ରିକେଟ୍ ବୋର୍ଡ ଭାଙ୍ଗିଯାଇଛି। ରବିବାର ଏହି ରିପୋର୍ଟକୁ ଆଧାର କରି ବୋର୍ଡର ସମସ୍ତ ସଦସ୍ୟ ଏକକାଳୀନ ଭାବେ ଇସ୍ତଫା ଦେଇଛନ୍ତି। ‘‘ସ୍କଟ୍ଲାଣ୍ଡ କ୍ରିକେଟ୍ ବୋର୍ଡ ଇସ୍ତଫା ଦେଇଛି। ଏଭଳି ସ୍ଥିତିରେ ବୋର୍ଡର ସୁପରିଚାଳନା ସାଙ୍ଗକୁ ଆଗାମୀ ଦିନରେ କ୍ରିକେଟ୍କୁ ସମର୍ଥନ ଓ ବଞ୍ଚାଇବା ଦିଗରେ ଆମେ @ସ୍ପୋର୍ଟସସ୍କଟ୍ଲାଣ୍ଡ୍ ସହ ଭାଗୀଦାରିରେ କାର୍ଯ୍ୟ କରିବୁ’’ ବୋଲି ବୋର୍ଡ ପକ୍ଷରୁ ଟ୍ବିଟ୍ କରାଯାଇଛି। ସ୍କଟ୍ଲାଣ୍ଡ କ୍ରିକେଟ୍ ବୋର୍ଡ ମଧ୍ୟରେ ଅନୁଷ୍ଠାନଭିତ୍ତିକ ବର୍ଣ୍ଣବୈଷମ୍ୟ ରହିଥିଲା। ଏହାକୁ ନେଇ ସ୍କଟ୍ଲାଣ୍ଡର ସର୍ବକାଳୀନ ଅଗ୍ରଣୀ ୱିକେଟ୍ଦଖଲକାରୀ ବୋଲର ମଜିଦ୍ ହକ୍ ଗୁରୁତର ଅଭିଯୋଗ ଆଣିଥିଲେ। ଏପରିକି ହକ୍ଙ୍କ ପୂର୍ବତନ ଦଳୀୟ ସାଥୀ କ୍ବାସିମ ସେଖ୍ ବୋର୍ଡର ରଙ୍ଗଭେଦର ଶିକାର ହୋଇଥିଲେ ବୋଲି ମଧ୍ୟ କହିଥିଲେ। ଶେଷରେ ଏହି ଅଭିଯୋଗକୁ ଭିତ୍ତିକରି ତଦନ୍ତ କରାଯାଇଥିଲା। ତେବେ ଇସ୍ତଫା ପତ୍ରରେ ସ୍କଟ୍ଲାଣ୍ଡ କ୍ରିକେଟ୍ ଏଭଳି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହିତ ଦେଶ ପାଇଁ ଖେଳିଲା ବେଳେ ଯେଉଁମାନେ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିଲେ ସେମାନଙ୍କୁ କ୍ଷମା ପ୍ରାର୍ଥନା କରିଛି।
ବର୍ଣ୍ଣବୈଷମ୍ୟ ରିପୋର୍ଟ ପାଇଁ ଭାଙ୍ଗିଲା ସ୍କଟ୍ଲାଣ୍ଡ୍ କ୍ରିକେଟ୍ ବୋର୍ଡ
/sambad/media/post_attachments/wp-content/uploads/2022/07/scotland.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)