ଦୁବାଇ : ଦୁବାଇଠାରେ ଖେଳାଯାଇଥିବା ଟି୨୦ ବିଶ୍ବକପ ଗ୍ରୁପ-୨ର ଏକ ମ୍ୟାଚରେ ଭାରତ ଆଗରେ ୮୬ରନର ଲକ୍ଷ୍ୟ ରଖିଛି ସ୍କଟଲାଣ୍ଡ ।
ଏହି ମ୍ୟାଚରେ ସ୍କଟଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ୧୭.୪ ଓଭରରେ ୮୫ ରନ କରି ଅଲଆଉଟ ହୋଇଯ଼ାଇଥିଲା । ସ୍କଟଲାଣ୍ଡର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ସାମନାରେ ବେଶୀ ସମୟ ତିଷ୍ଠି ପାରିନଥିଲେ । କେବଳ ମୁନସୀ ୨୪ ଓ ଲିସକ ୨୧ ରନ କରିପାରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସମୀ ଓ ରବୀନ୍ଦ୍ର ଜାଦେଜା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ବୁମରା ୨ଟି ଓ୍ବିକେଟ ନେଇଥିଲେ ।
ଅନ୍ୟପକ୍ଷରେ ସାରଜାଠାରେ ଖେଳାଯ଼ାଇଥିବା ଆଜିର ଅନ୍ୟ ଏକ ମ୍ୟାଚରେ ନ୍ୟୁଜିଲାଣ୍ଡ ନାମିବ୍ୟାକୁ ୫୨ ରନରେ ପରାସ୍ତ କରିଛି । ଏହି ମ୍ୟାଚରେ ନାମିବ୍ୟା ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୬୩ରନ କରିଥିଲା । ୧୬୪ରନ ଲକ୍ଷ୍ୟର ପିଛା କରିବାକୁ ଯ଼ାଇ ନାମିବ୍ୟା ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୧୧ ରନ କରିବାକୁ ସକ୍ଷମ ହୋଇଥିଲା ।