ଲଣ୍ଡନ୍ : ଖୁବ୍ ଶୀଘ୍ର ଟେଷ୍ଟ୍ କ୍ରିକେଟ୍ରେ ସାର୍ଟ ନମ୍ବର ପ୍ରଳଚିତ ହେବ ବୋଲି ସୂଚନା ମିଳିଛି। ଅଗଷ୍ଟ ମାସର ଆସେସ୍ ଶୃଙ୍ଖଳାରୁ ଆରମ୍ଭ ହେଉଥିବା ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍ରୁ ଏହା ଲାଗୁ ହେବାର ସମ୍ଭାବନା ରହିଛି। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡରେ ଘରୋଇ କ୍ରିକେଟ୍ରେ ଏଭଳି ପ୍ରଚଳନ କରାଯାଇ ସାରିଛି। ଅଷ୍ଟ୍ରେଲିଆରେ ସାର୍ଟ ନମ୍ବରକୁ ୨ ଅଙ୍କରେ ସୀମିତ ରଖିବାର ନିୟମ ରହିଛି। ୧୮୭୭ ମସିହାରେ ପ୍ରଥମ ଟେଷ୍ଟ୍ ଖେଳାଯିବା ପରଠାରୁ ଖେଳାଳିମାନେ ଧଳା ଓ ଘିଅ ରଙ୍ଗର ପୋଷାକ ପରିଧାନ କରି ଖେଳି ଆସୁଛନ୍ତି। ଏହା ପ୍ରଶଂସକଙ୍କ ପାଇଁ ଭଲ ହେବ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍। ଟେଷ୍ଟ୍ କ୍ୟାପ୍ ତୁଳନାରେ ସାର୍ଟ ନମ୍ବର ଅଧିକ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ନବେ ଦଶକରୁ ଦିନିକିଆ କ୍ରିକେଟ୍ରେ ରଙ୍ଗିନ ପୋଷାକ ପ୍ରଚଳିତ ହେବା ସହିତ ୧୯୯୨ ମସିହା ବିଶ୍ବକପ୍ରେ ମଧ୍ୟ ଖେଳାଯାଇଥିଲା। ଟେଷ୍ଟ୍ କ୍ରିକେଟ୍ ଏହାର ପାରମ୍ପରିକ ଧଳା ପୋଷାକକୁ ଅପରିବର୍ତିତ ରଖିଥିଲେ ମଧ୍ୟ ଦିବାରାତ୍ର, ରଙ୍ଗିନ ବଲ୍ ଆଦିରେ ପରିବର୍ତନକୁ ଗ୍ରହଣ କରିଥିଲା।
ଟେଷ୍ଟ୍ କ୍ରିକେଟ୍ରେ ପ୍ରଚଳିତ ହେବ ସାର୍ଟ ନମ୍ବର
/sambad/media/post_attachments/wp-content/uploads/2019/03/Jersey-Numbers_1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)