ବ୍ରାଜିଲିଆନ୍‌ ଗ୍ରାଁ ପ୍ରି ଜିତିଲେ ଭର୍ସ୍ତାପେନ

ସାଓପାଲୋ (ବ୍ରାଜିଲ): ରେଡ୍‌ବୁଲ ଚାଳକ ମ୍ୟାକ୍ସ ଭର୍ସ୍ତାପେନ ବ୍ରାଜିଲିଆନ୍‌ ଫର୍ମୁଲା ୱାନ୍‌ ଗ୍ରାଁ ପ୍ରି ନିଜ ନାଁରେ କରି ନେଇଛନ୍ତି। ଏହି ରେସ୍‌ରେ ୬ ଥରର ବିଶ୍ବ ବିଜେତା ମର୍ସିଡିଜ୍‌ ଚାଳକ ଲୁଇସ ହାମିଲଟନ୍‌ ସପ୍ତମ ସ୍ଥାନରେ ରହି ନିରାଶ ହୋଇଛନ୍ତି। ଭର୍ସ୍ତାପେନ ୧:୩୩:୧୪.୬୭୮ ‌ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲା ବେଳେ ଟୋରୋ‌ ରୋସୋର ପିରେ ଗାସ୍‌ଲେ ଦ୍ବିତୀୟ, ମ୍ୟାକ୍‌ଲରେନ ରେନଲ୍ଟର କାର୍ଲୋସ ସାଇଞ୍ଜ ତୃତୀୟ, ଫେରାରିର କିମି ରାଇକୋନେନ୍‌ ଚତୁର୍ଥ ଓ ଆନ୍ତୋନି ଗିଓଭିନାଜି ପଞ୍ଚମରେ ରହିଥିଲେ।

ସମ୍ବନ୍ଧିତ ଖବର