ଗାଙ୍ଗୁଲିଙ୍କ ଇଚ୍ଛା ତାଙ୍କ ଚଳଚ୍ଚିତ୍ର ହ୍ରିତିକ୍ କରନ୍ତୁ

ମୁମ୍ବାଇ: ପ୍ରଥମ ଗୋଲାପି ବଲ୍‌ ଟେଷ୍ଟ୍ ଆୟୋଜନ କରିବାର ସଫଳତା ସାଉଁଟିଥିବା ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆର ସଭାପତି ସୌରଭ ଗାଙ୍ଗୁଲି ଏବେ ନିଜର ଆଉ ଏକ ଇଚ୍ଛା ପ୍ରକାଶ କରିଛନ୍ତି। ଯଦି ତାଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣ ହୁଏ, ସେହି ଚଳଚ୍ଚିତ୍ରରେ ହ୍ରିତିକ୍ ରୋଶନ ଅଭିନୟ କରନ୍ତୁ ବୋଲି କହିଛନ୍ତି।

ଏକ କାର୍ଯ୍ୟକ୍ରମ ଅବସରରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ‘ଆପଣଙ୍କ ଉପରେ ଯଦି ଚଳଚ୍ଚିତ୍ର ନିର୍ମାଣ ହୁଏ, ଆପଣଙ୍କ ଚରିତ୍ରରେ କିଏ ଅଭିନୟ କରିବେ? ଉତ୍ତରରେ ସେ ହ୍ରିତିକ୍‌ଙ୍କ ନାଁ ନେଇଥିଲେ। ଚଳିତ ବର୍ଷ ମୁକ୍ତିଲାଭ କରିଥିବା ‘ସୁପର-୩୦’ରେ ଆନନ୍ଦ କୁମାରଙ୍କ ଚରିତ୍ରରେ ହ୍ରିତିକ୍ ନିଜର ଦକ୍ଷତାର ପ୍ରମାଣ ଦେଇସାରିଛନ୍ତି। ବକ୍ସ ଅଫିସ୍‌ରେ ମଧ୍ୟ ଫିଲ୍ମଟି ସୁପରହିଟ୍ ହୋଇଥିଲା। ଅନ୍ୟପକ୍ଷରେ ତାପସୀ ପନୁ ଓ ରଣବୀର ସିଂହ ଏବେ ଯଥାକ୍ରମେ ମିତାଲି ରାଜ୍ ଓ କପିଳ ଦେବଙ୍କ ଚରିତ୍ରରେ ଆସିବା ନିଶ୍ଚିତ ହୋଇସାରିଛି। ୧୯୮୩ ବିଶ୍ବକପ୍ ବିଜୟ ଉପରେ ଆଧାରିତ ଚଳଚ୍ଚିତ୍ର ‘୮୩’ରେ କପିଳ ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି ରଣବୀର।

ସମ୍ବନ୍ଧିତ ଖବର