ଦ୍ୱିତୀୟ ବନ୍ଧୁକ ଚାଳନା ଶିବିର ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ରାଇଫଲ୍‌ ସଂଘ ଏବଂ ଉତ୍କଳ କରାଟେ ସ୍କୁଲ୍‌ର ମିଳିତ ଉଦ୍ୟମରେ ଦ୍ୱିତୀୟ ବନ୍ଧୁକ ଚାଳନା ଶିବିର ୮ ତାରିଖଠୁ ଆରମ୍ଭ ହୋଇଛି। ଏହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ତୃତୀୟ ସଂସ୍କରଣ ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ। ଇଚ୍ଛୁକ ୧୨ ବର୍ଷରୁ ଅଧିକ ବୟସର ବାଳକ ଓ ବାଳିକା ଚଳିତ ଶିବିରରେ ଯୋଗଦାନ କରିବା ଲାଗି ଉତ୍କଳ କରାଟେ ସ୍କୁଲ୍‌ରେ ନାମ ପଞ୍ଜିକରଣ କରିପାରିବେ। ଅଧିକ ବିବରଣୀ ପାଇଁ ୦୬୭୪ ୨୫୩୨୫୩୧ କିମ୍ବା ୯୪୩୭୧ ୫୩୧୮୬ରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର