ଗଲ୍ : ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ଏଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ଦିବସରେ ଦୁଇଟି ଶତକୀୟ ପାଳି ବଳରେ ସ୍ଥିତି ଦୃଢ଼ କରିନେଇଛି। ପ୍ରବଧ ଜୟସୂରିଆ ୩ ୱିକେଟ୍ ଝଟ୍କାଇବା ସତ୍ତ୍ବେ ଅଭିଜ୍ଞ ଷ୍ଟିଭ୍ ସ୍ମିଥ୍ ଏବଂ ମାର୍ନସ ଲବୁସାନ୍ଙ୍କ ଚିତାକର୍ଷକ ଶତକ ସହାୟତାରେ ଦଳ ୫ ୱିକେଟ୍ ବିନିମୟରେ ୨୯୮ ରନ୍ କରିନେଇଛି। ଲବୁସାନ ୧୦୪ ରନ୍ରେ ଆଉଟ୍ ହୋଇଯାଇଥିଲା ବେଳେ ସ୍ମିଥ୍ ନିଜର ୨୮ତମ ଟେଷ୍ଟ୍ ଶତକ ପୂରଣ କରି ୧୦୯ ରନ୍ରେ ଅପରାଜିତ ରହିଛନ୍ତି।
ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଉସ୍ମାନ ଖୱାଜା (୩୭), ଡେଭିଡ୍ ୱର୍ଣ୍ଣର (୫), ଟ୍ରଭିସ୍ ହେଡ୍ (୧୨) ଏବଂ କାମେରନ ଗ୍ରିନ୍ (୪) ନିରାଶ କରିଥି ଲା ବେଳେ ଲବୁସାନ ଓ ସ୍ମିଥ୍ ତୃତୀୟ ୱିକେଟ୍ରେ ୧୩୪ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ପ୍ରଥମ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ସ୍ମିଥ୍ ଓ ୱିକେଟ୍ରକ୍ଷକ ଆଲେକ୍ସ କାରି (୧୬*) ଅସମାପ୍ତ ଷଷ୍ଠ ୱିକେଟ୍ରେ ୪୬ ରନ୍ ଯୋଡ଼ି ପାଳିକୁ ଆଗେଇ ନେଇଛନ୍ତି। ଘରୋଇ ଶ୍ରୀଲଙ୍କା ପକ୍ଷରୁ ଜୟସୂରିଆଙ୍କ ବ୍ୟତୀତ କାସୁନ ରଜିଥା ଓ ରମେଶ ମେଣ୍ଡିସ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/sri-vs-aus.jpg)