ଅକ୍ଲାଣ୍ଡ୍: ନ୍ୟୁଜିଲାଣ୍ଡ୍ର କିମ୍ବଦନ୍ତୀ କ୍ରିକେଟର୍ ସାର୍ ରିଚାର୍ଡ ହାଡ୍ଲିଙ୍କର ପୁଣି ଥରେ କର୍କଟ ଅସ୍ତ୍ରୋପଚାର ହୋଇଛି। ଏହି ଦ୍ରୁତ ବୋଲର ତଥା ପୂର୍ବତନ ଅଧିନାୟକଙ୍କର ଗତ ମାସରେ ଅଗ୍ନାସୟରେ କର୍କଟ ଚିହ୍ନଟ ହୋଇଥିଲା। ସେତେବେଳେ ଅସ୍ତ୍ରୋପଚାର କରାଯାଇଥିଲା। ହେଲେ ଦ୍ୱିତୀୟବାର ତାଙ୍କ ଶରୀରରେ କର୍କଟ ଚିହ୍ନଟ ହୋଇଛି। ଏଥର ତାଙ୍କ ଯକୃତରେ ଅସ୍ତ୍ରୋପଚାର କରାଯାଇଛି। ଅବଶ୍ୟ ଏହା ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହୋଇଛି ବୋଲି ନ୍ୟୁଜିଲାଣ୍ଡ୍ କ୍ରିକେଟ୍ ଏକ ବିବୃତିରେ କହିଛି। ଅସ୍ତ୍ରୋପଚାରରୁ ସେ ସୁସ୍ଥ ହୋଇଗଲା ପରେ ପୁନର୍ବାର କେମୋଥେରାପି ଚିକିତ୍ସା ଆରମ୍ଭ କରାଯିବ ବୋଲି ହାଡ୍ଲିଙ୍କ ପତ୍ନୀ ଲେଡି ଡିଆନେ କହିଛନ୍ତି।
ଦ୍ୱିତୀୟ ବାର ହାଡ୍ଲିଙ୍କ କର୍କଟ ଅସ୍ତ୍ରୋପଚାର
/sambad/media/post_attachments/wp-content/uploads/2018/07/3-richard-hardlee.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)