ଆଲୁର: ଦକ୍ଷିଣ ଆଫ୍ରିକା-ଏ ଦଳ ବିପକ୍ଷରେ ପ୍ରଥମ ଯୁବ ଟେଷ୍ଟ୍କୁ ପାଳି ଓ ୩୦ ରନ୍ରେ ଜିତିନେଇଥିବା ଭାରତ-ଏ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ୍ରେ ଭଲ ଆରମ୍ଭ କରିଛି। ଟସ୍ ହାରି ବ୍ୟାଟିଂ ପାଇଥିବା ଭାରତୀୟ ଦଳ ପ୍ରଥମ ଦିନ ଶେଷ ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୩୨୨ ରନ୍ କରିଛି। ହନୁମା ବିହାରୀ (୧୩୮*) ଶତକ ହାସଲ କରିଥିଲା ବେଳେ ଅଙ୍କିତ ବାେଓ୍ଵଁ (୮୦) ଅର୍ଧଶତକ ହାସଲ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଶ୍ରେୟସ ଆୟର ୩୯ କରିଥିଲା ବେଳେ ଶ୍ରୀକର ଭରତ ୩୦ ରନ୍ରେ ବ୍ୟାଟିଂ କରୁଛନ୍ତି। ମୟଙ୍କ ଅଗ୍ରଓ୍ଵାଲ୍ (୦) ଏବଂ ପୃଥ୍ଵୀ ସ’ (୧୬) ବିଫଳ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଡୁଆନ୍ ଓଲିଭର, ଆନ୍ରିଚ୍ ନର୍ଜେ, ସେନୁରାନ ମୁଥୁସାମି ଏବଂ ଦାନେ ପିଦ୍ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
ବିହାରୀଙ୍କ ଶତକ: ଭାରତ ୩୨୨/୪
ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଯୁବ ଟେଷ୍ଟ୍
/sambad/media/post_attachments/wp-content/uploads/2018/08/9-Hanuma-Vihari-drives-the-ball-square.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)